ମଧୁସ୍ମିତା ନାୟକ
ଏବେ ଜାଣି ଜାଣି ବେଶି
ସୁନ୍ଦର ଦିଶୁଛି ମୋ ଗାଁ,
ପଶ୍ଚିମର ଅସ୍ତରାଗ ଗୋଧୂଳୀ ବେଳାର
ସଞ୍ଜୁଆ ଆକାଶ ଢଳି ପଡୁଥାଏ
ଗେରୁଆ ବସ୍ତ୍ର ପିନ୍ଧି,
ପକ୍ଷୀମାନଙ୍କର ଘର ବାହୁଡା,
ପୁଣି ସକାଳର ଚିକ୍ ମିକ୍ କଅଁଳ ଖରା
ପୂର୍ବରେ ଲାଲ୍ ଟହ ଟହ ଠିକ୍ ଚାଲୁଣୀ ପରି,
ଖୁବ୍ ଅଳ୍ପ ଧାସ ମହୋଚ୍ଛନ୍ନ,
ଦୂରକୁ ପ୍ରେମ ଭର୍ତ୍ତି ସବୁଜ ପାହାଡ,
ଶିତ ଆସିଛି ତ!
ସଭିଏଁ ଉଚ୍ଛନ୍ନ,
ଝର୍କା ଖୋଲି ଡାକେ
ଆ…..ଦିଗ୍ ବଳୟ ଛାତି ଛୁଅଁ
ଶୀତ ଆସିଛି ପରା!
ମୁଁ ସଙ୍ଖୋଳିଛି ବୋଲି
କଢ ପାଲଟିଛି ଫୁଲ,
ଢେର୍ ଦିନପରେ କପୋତ କପୋତିର
ସାକ୍ଷାତ ।
ଶୀତ ଆସିଛି ବୋଲିତ!
କଅଁଳ ଖରାକୁ ପିଠି ପତେଇ
କାନିସିରି ତୋଳୁଥିବା ମଧୁ….
କାହାକୁ କଣ ଦେଇପାରିବ!
ଭୋର୍ ବେଳା କୁହୁଡି ଧୂଆଁର
କାକର ଟୋପାରେ
ଶୀତ ସକାଳଟି ବେସ୍
ରୋମାଞ୍ଚକ
ସତେ ଯେମିତି ସୁନାରୀ ଦୂବକେରା ପରି।
ବ୍ଯାସନଗର
ଝାଟିଆସାହି
Comments are closed.