Latest Odisha News

BREAKING NEWS

ସାଂସଦ ପଦ ଛାଡିପାରନ୍ତି ମମତା ବାନାର୍ଜୀଙ୍କ ଘନିଷ୍ଠ ନେତ୍ରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ରାଜନୈତିକ ସଙ୍କଟ ଏବେ ଘନୀଭୂତ ଦେଖାଦେଇଛି। ଏବେ ଚର୍ଚ୍ଚା ହେଉଛି ଯେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ତଥା ବରିଷ୍ଠ ସାଂସଦ କୋକଲି ଘୋଷ ନିଜ ପଦରୁ ଇସ୍ତଫା ଦେଇପାରନ୍ତି।

 

ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଦଳର ଶୋଚନୀୟ ପରାଜୟ ହୋଇଛି। ଏହାପରେ ଦଳ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ପଦାକୁ ଆସିଛି । ଗତକାଲି ଫଲଟା ବିଧାନସଭା ନିର୍ବାଚନରେ ଟିଏମସି ହାରିବା ପରେ କୋକଲି ଘୋଷ ଦଳର ସାଂଗଠନିକ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେ ଦଳ ସହିତ ସାଂସଦ ପଦ ଛାଡିବା ନେଇ ଚର୍ଚ୍ଚା ହେଉଛି। ନୈତିକ ଦାୟିତ୍ୱ ନେଇ ସେ ଏହି ନିଷ୍ପତ୍ତି ନେବାକୁ ଯାଉଥିବା ନେଇ ଦଳ ଭିତରେ ଜୋରଦାର ଆଲୋଚନା ଚାଲିଛି।

 

କାକୋଲିଙ୍କ ଏଭଳି ପଦକ୍ଷେପ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ପାଇଁ ଏକ ବଡ଼ ଝଟକା ବୋଲି ରାଜନୈତିକ ମହଲରେ କୁହାଯାଉଛି।

 

ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସମେତ ଜାତୀୟ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଛି। ଯଦି ଏହି ଇସ୍ତଫା ଧାରା ଆଗକୁ ବଢ଼େ ତେବେ ଦୀର୍ଘ ବର୍ଷ ଧରି ବେଙ୍ଗଲ ରାଜନୀତିରେ ଏକଚ୍ଛତ୍ରବାଦ ଚଳାଇ ଆସିଥିବା ତୃଣମୂଳ କଂଗ୍ରେସ ଏକ ବଡ଼ ଧରଣର ବିଭାଜନର ସମ୍ମୁଖୀନ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

Comments are closed.