Latest Odisha News

ଧନତେରାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ଘରକୁ ଆସିବ ସୁଖ ସମୃଦ୍ଧି !

ଭୁବନେଶ୍ଵର: କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତୃତୀୟା ତିଥିରେ ଧନତେରାସ ଉତ୍ସବ ପାଳନ କରାଯାଏ । ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ମାନ୍ୟତା ରହିଛି ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ ତମାମ ଶୁଭ ଫଳ ଦେଇଥାଏ । ଧନତେରାସକୁ ଧନ୍ବନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ଯେ,ସାଗର ମନ୍ଥନ ବେଳେ ଧନ୍ବନ୍ତରୀ ଦେବ ହାତରେ କଳସ ଧରି ଆବିର୍ଭୁତ ହୋଇଥିଲେ। ଧନତେରାସ ଦିନ ସୁନା, ରୂପା, ତମ୍ବା, ପିତ୍ତଳ ପରି ଧାତୁରେ ନିର୍ମିତ ଜିନିଷ କିଣିବା ଅତ୍ୟନ୍ତ ଶୁଭ ଅଟେ । ଏହି ଦିନ ବାସନ କିଣିବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ତେବେ ଆସନ୍ତୁ ଜାଣିବା ଧନତେରାସରେ କ’ଣ କିଣିବା ଶୁଭ ହୋଇଥାଏ ।

ଝାଡୁ

ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଏହି ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମଧ୍ୟ ମନେ କରାଯାଏ ।

ବାସନ

ଧନତେରାସ ଦିନ ବାସନ କିଣିବାର ଏକ ପରମ୍ପରା ରହିଆସିଛି । ଧନତେରାସରେ ତମ୍ବା,ପିତ୍ତଳ ବାସନ କିଣନ୍ତୁ । ତେବେ ମନେରଖନ୍ତୁ ଏହି ବାସନକୁ ଆପଣଙ୍କ ଘରର ପୂର୍ବ ଦିଗରେ ରଖନ୍ତୁ । ଏହାଦ୍ଵାରା ଘରେ ସୁଖ ଶାନ୍ତି ମିଳିଥାଏ ।

ସୁନା-ରୂପା ମୁଦ୍ରା

ଧନତେରାସ ଦିନ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଥିବା ସୁନା କିମ୍ବା ରୂପା ମୁଦ୍ରା କିଣନ୍ତୁ । ଏହି ଦିନ ମୁଦ୍ରାକୁ ପୂଜାରେ ମଧ୍ୟ ବ୍ୟବହାର କରିପାରିବେ । କାହାକୁ ଉପହାର ଦେବା ପାଇଁ ରୂପା ମୁଦ୍ରା ମଧ୍ୟ ଏକ ଭଲ ବିକଳ୍ପ । ଏହା ଛଡା ଆପଣ ଯେକୌଣସି ପ୍ରକାରର ଅଳଙ୍କାର, ବିଶେଷତଃ ସୁନା ଏବଂ ରୂପା ଅଳଙ୍କାର କିଣିବା ପାଇଁ ଧନତେରାସ ହେଉଛି ସବୁଠାରୁ ଶୁଭ ସମୟ ।

ଇଲେକଟ୍ରୋନିକ୍ସ ଜିନିଷ

ଧନତେରାସ ଦିନ ଇଲେକଟ୍ରୋନିକ୍ସ ଜିନିଷ ଯଥା ଫ୍ରିଜ, ଓଭେନ, ମୋବାଇଲ ଫୋନ, ଲାପଟପ୍ ଇତ୍ୟାଦି ମଧ୍ୟ କିଣିପାରିବେ ।

Comments are closed.