Latest Odisha News

ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା, ଉର୍ଫିଙ୍କୁ ଉଠାଇନେଲା ପୋଲିସ

ମୁମ୍ବାଇ: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ । ଅଭିନେତ୍ରୀ ଉର୍ଫି ଜାଭେଦ୍ ଜଣେ ଟିଭି ତାରକା ହେବା ସହ ସୋସିଆଲ୍ ମିଡି଼ଆ ଦୁନିଆରେ ଏକ ବଡ ନାଁ । ନିଜର ଅଜବ ପୋଷାକ ପରିଧାନ ନେଇ ଅଧିକାଂଶ ସମୟରେ ଟ୍ରୋଲ ହୁଅନ୍ତି ଉର୍ଫି ।  କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା ବେଳେ, କିଛି ଲୋକ ତାଙ୍କୁ କଟାକ୍ଷ କରିବାକୁ ପଛାନ୍ତି ନାହିଁ । ତଥାପି ଉର୍ଫି ନିଜର ଆଉଟଫିଟ ପାଇଁ ସୋସିଆଲ ମିଡିଆରେ ଛାଇ ଯାଆନ୍ତି । ଉର୍ଫିଙ୍କ ଫ୍ୟାଶନକୁ ନେଇ ଯିଏ ତାଙ୍କୁ ଟ୍ରୋଲ କରନ୍ତି ଉର୍ଫି ତାଙ୍କୁ ଛାଡନ୍ତିନି । ସେ ମଧ୍ୟ ଏହାର କଡା ଜବାବ ଦିଅନ୍ତି ।

ଏଥର କିନ୍ତୁ ଉର୍ଫିଙ୍କ ପୋଷାକ ତାଙ୍କ ପାଇଁ ମହଙ୍ଗା ପଡିଛି । ସର୍ବସାଧାରଣ ସ୍ଥାନରେ ବୋଲ୍ଡ ପୋଷାକ ପିନ୍ଧୁଥିବାରୁ ତାଙ୍କୁ ଗିରଫ କରାଯାଇଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଉର୍ଫି ଏକ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଯାଇଥିଲେ । ସେଠାରେ ଥିବା କିଛି ପାପାରାଜିଙ୍କ ସହ ଉର୍ଫି ଥଟ୍ଟା କରୁଥିବା ବେଳେ ସେଠାରେ ଥିବା ଦୁଇ ଜଣ ମହିଳା ପୋଲିସ କର୍ମୀ ଆସି ତାଙ୍କୁ ଥାନାକୁ ଯିବାପାଇଁ କହିଥିଲେ । ଏଥିରେ ଅଭିନେତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କ’ଣ ପାଇଁ ତାଙ୍କୁ ଥାନାକୁ ଯିବାକୁ ପଡିବ ବୋଲି ମହିଳା କନଷ୍ଟେବଳଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ କନେଷ୍ଟବଳ ତାଙ୍କୁ ସର୍ବସାଧାରଣ ସ୍ଥାନରେ ଅନୁପଯୁକ୍ତ ପୋଷାକ ପିନ୍ଧିବା କାରଣରୁ ତାଙ୍କୁ ଗିରଫ କରାଯାଉଛି ବୋଲି କହିଥିଲେ ।  ତେବେ ଭାଇେରାଲ ପରେ ଉର୍ଫିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । କେହି କେହି ଉର୍ଫିଙ୍କ ଗିରଫଦାରୀକୁ ବିରୋଧ କରୁଥିବା ବେଳେ ଆଉ କେହି ଏସବୁ ପବ୍ଲିସିଟି ପାଇଁ ଉର୍ଫି କରୁଥିବା କହିଛନ୍ତି ।

 

 

 

 

Comments are closed.