Latest Odisha News

ରାମଚରଣଙ୍କ ଗେମ ଚେଞ୍ଜର ଫିଲ୍ମର ଗୀତ ଲିକ, ୨ ଗିରଫ

ମାଡ୍ରାସ:ରାମଚରଣ ତାଙ୍କର ଆଗାମୀ ଫିଲ୍ମ ଗେମଚେଞ୍ଜର ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ସେପ୍ଟମ୍ବର ୫ରେ ଏହି ଫିଲ୍ମର ଏକ ଗୀତ ଅନଲାଇନରେ ଲିକ ହୋଇଥିଲା । ୩୦ ସେକେଣ୍ଡର ଏହି ତେଲୁଗୁ କ୍ଲିପିଂ ଖୁବ କମ ସମୟରେ ଭାଇରାଲ ହୋଇ ଯାଇଥିଲା । ଏହା ପରେ ମେକର୍ସ ଏ ନେଇ ଅଭିଯୋଗ କରିଥିଲେ । ସାଇବର ପୋଲିସ ଏହି ଗୀତ ଲିକରେ ସମ୍ପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଭବିଷ୍ୟତରେ ଏ ଭଳି କୌଣସି କାର୍ଯ୍ୟରେ ଲିପ୍ତ ନ ରହିବା ପାଇଁ ପୋଲିସ ଚେତାବନୀ ଦେଇଛି । ଏହି ଗୀତର ଶୁଟିଂ ପାଇଁ ମେକର୍ସ ୧୫ କୋଟି ଖର୍ଚ୍ଚ କରିଥିଲେ । ଶୁଟିଂ ଅବସରରେ ଗୀତ ଲିକ ହୋଇଥିବା ଆଶଙ୍କା କରାଯାଉଛି ।

ଗେଜଚେଞ୍ଜର ଏକ ରାଜନୈତିକ ଆକ୍ସନ ଥ୍ରୀଲର ଫିଲ୍ମ । ରାମଚରଣଙ୍କ ବ୍ୟତୀତ ଏହି ଫିଲ୍ମରେ କିଆରା ଆଡଭାନୀ, ଏସଜେ ସୂର୍ଯ୍ୟା, ଜୟରାମ, ମୀକାଶ୍ରୀକାନ୍ତ, ଅଞ୍ଜଳି ଅଭିନୟ କରୁଛନ୍ତି । ଏସ.ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ୪୫୦ କୋଟି ବିଜେଟର ଏହି ଫିଲ୍ମ ୨୦୨୪ ଏପ୍ରିଲରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଶଙ୍କରଙ୍କ ନିର୍ଦ୍ଦେଶନା ଓ ରାମଚରଣ ଅଭିନୟ ଫିଲ୍ମକୁ ବଡ ହିଟ କରାଇବା ବୋଲି ସମୀକ୍ଷକ ଓ ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ।

Comments are closed.