Latest Odisha News

BREAKING NEWS

ଦିପାବଳୀରେ ରିଲିଜ୍ ହେବ ‘ଟାଇଗର-୩’, ପ୍ରଥମଦିନରୁ ହିଁ ରେକର୍ଡ କରିବ

ମୁମ୍ବାଇ: ଦିପାବଳୀରେ ରିଲିଜ୍ ହେବ ବଲିଉଡ଼ ଭାଇଜାନ ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତେଣୁ ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ ରିଲିଜ ଅପେକ୍ଷାରେ ରହିଛନ୍ତି । କିଛି ଦିନ ତଳେ ଏହି ଫିଲ୍ମ ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ଏହା ଭଲ ରୋଜଗାର କରିଛି । ତେଣୁ ଏଥିରୁ ବୁଝାପଡୁଛି ଯେ, ଏହି ଫିଲ୍ମ କେବଳ ବକ୍ସ ଅଫିସରେ ନୂଆ ରୋଜଗାରର ରେକର୍ଡ ସୃଷ୍ଟି କରିବ ନାହିଁ ବରଂ ସଲମାନଙ୍କ କ୍ୟାରିୟରରେ ଚାଲିଥିବା ଡ୍ରାଏ ରନ୍‌ର ମଧ୍ୟ ଅନ୍ତ ଘଟାଇବ । ଅର୍ଥାତ୍ ଏହି ଫିଲ୍ମ ଭଲ ରୋଜଗାର କରିବ । ଯାହାକି ସଲମାନ ତାଙ୍କ ପୂର୍ବ ଫିଲ୍ମରେ କରି ନ ଥିବେ । ତେଣୁ ସମସ୍ତଙ୍କ ନଜର ‘ଟାଇଗର-୩’ ରିଲିଜ ଉପରେ ରହିଛି । ଅତୀତରେ ସଲମାନ ଯେଉଁଭଳି ଭାବରେ ରେକର୍ଡ ସୃଷ୍ଟି କରିଛନ୍ତି, ଏଥିରୁ ବିଶ୍ୱାସ କରାଯାଏ ‘ଟାଇଗର-୩’ ବି ପ୍ରଥମ ଦିନରେ ହିଁ ହଇଚଇ ସୃଷ୍ଟି କରିବ ।

Comments are closed.