ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା । ୫ ଦିନ ହୋଇ ଗଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚାଲିଛି । ହେଲେ ସବୁ ଉଦ୍ୟମ ଫେଲ ମାରୁଛି । ଏବେ ବାୟୁସେନା ବିମାନ ଜରିଆରେ ଦିଲ୍ଲୀରୁ ଆସିଛି ଆମେରିକା ଡ୍ରିଲିଂ ମେସିନ । ଏହି ମେସିନ ସୁଡଙ୍ଗରେ ଫିଟିଂ ହୋଇ ଯାଇଛି । ଡ୍ରିଲିଂ କାମ ଖୁବ ଶୀଘ୍ର ଆରମ୍ଭ ହୋଇଯିବ । ସେପଟେ ସୁଡଙ୍ଗରୁ ଆବର୍ଜନାକୁ କାଢିବା ପାଇଁ ଅବିରତ ଚେଷ୍ଟା ଚାଲିଛି ।
ଆମେରିକାର ଏହି ଦୁଇଟି ବିରାଟ ଡ୍ରିଲିଂମେସିନକୁ ଦୁଇଟି ହର୍କୁଲାସ ସି-୧୩୦ ବିମାନରେ ଦିଲ୍ଲୀରୁ ଉତ୍ତରକାଶୀ ଅଣାଯାଇଛି । ଏହି ମେସିନ ତିନୋଟି ପାର୍ଟ ଅଲଗା ଅଲଗା ଥିଲା । ତାହାକୁ ଏକାଠି କରି କାମ ଆରମ୍ଭ ହୋଇଛି । ଏଥିମଧ୍ୟରେ ଏନଏଚଆଇଡିସି ନିର୍ଦ୍ଦେଶକ ଅଂଶୁ ମନୀଷ କହିଛନ୍ତି, ଶ୍ରମିକଙ୍କୁ ବାହାର କରିବାକୁ ଆହୁରି ଦୀର୍ଘ ସମୟ ଲାଗି ପାରେ ।
ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କ ସହ ୱାକିଟକି ସାହାଯ୍ୟରେ ଯୋଗାଯୋଗ ହେଉଛି । ପାଇପ ସାହାଯ୍ୟରେ ଲଗାତାର ଅକ୍ସିଜେନ, ଖାଦ୍ୟ,ପାନୀୟ ଏବଂ ଔଷଧ ଯୋଗାଇ ଦିଆ ଯାଉଛି ।
ଧ୍ୱଂସସ୍ତୁପ ଭିତରେ ଡ୍ରିଲିଂକରିବା ଉଦ୍ୟମ ବିଫଳ ହୋଇଥିଲା । ଏହା ପରେ ଦିଲ୍ଲୀରୁ ଆହୁରି ବଡ ମେସିନ ଉତ୍ତରକାଶୀକୁ ଅଣା ଯାଇଥିଲା । ବାୟୁସେନାର ହର୍କୁଲିସ ବିମାନରେ ଆଜି ଆସି ଉତ୍ତରକାଶୀରେ ପହଞ୍ଚିଛ । ଏହି ମେସିନ ସୁଡଙ୍ଗ ପାଖରେ ପହଞ୍ଚିଛି । ଏହି ମେସିନ ଦ୍ୱାରା ଧ୍ୱଂସସ୍ତୁପକୁ ହଟାଇ ଷ୍ଟିଲ ପାଇପକୁ ଶ୍ରମିକଙ୍କ ପାଖରେ ପହଞ୍ଚାଇବ । ତେବେ ଏହି ମେସିନ ଘଣ୍ଟାକରେ ୫ ମିଟର ଡ୍ରିଲ କରିପାରିବ । ଶ୍ରମିକମାନେ ପ୍ରାୟ ୫୦ରୁ ୬୦ ମିଟର ସ୍ତୁପର ଆରପଟେ ଫସି ରହିଛନ୍ତି । ତେବେ ବିଳମ୍ବରେ ହେଉ ପଛେ ଶ୍ରମିକଙ୍କୁ ବାହାରକୁ ଆଣିବାର ଆଶା ଉଜ୍ଜ୍ୱଳ ହୋଇଛି ।
ତେବେ ଶ୍ରମିକଙ୍କ ପରିବାର ଲୋକେ ଏବଂ ସହକର୍ମୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି । ସେମାନେ ହତାଶ ହୋଇ ପଡିଲେଣି । କାମକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।
BREAKING NEWS
- ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ; ବୌଦ୍ଧ ମଠ ପରିଦର୍ଶନ କଲେ
- ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗର ଚଢଉ; ୨ ବେଆଇନ ଦେଶୀ ବନ୍ଧୁକ ଜବତ, ୭ ଜଣ ଅଟକ
- ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କଲେ ଅନୀମେଶ କୁଜୁର
- ଆନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ; ନଗଦ ୨୮.୩୯ ଲକ୍ଷ ଟଙ୍କା ସହ ସୁନା, ରୂପା ଅଳଙ୍କାର ଜବତ, ୨ ଗିରଫ
- Elephant death: ଜଙ୍ଗଲରୁ ମିଳିଲା ହାତୀ ଛୁଆ କଙ୍କାଳ;ମୃତ୍ୟୁର କାରଣ ଅସ୍ପଷ୍ଟ
- ୬ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ, ୩ ଗିରଫ
- ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ଗ୍ରୁପ ଅଫ ଡେଥରେ ଭାରତ
- କମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ଜବତ
- ଟିମ ଇଣ୍ଡିଆରୁ ବିଦା ହେବା ପରେ ଚମକିଲା ସୂର୍ଯ୍ୟକୁମାରଙ୍କ ବ୍ୟାଟ
- ଶିମିଳିପାଳରେ ମଣିଷ ମାରି ଖାଇଥିଲା କଲରାପତରିଆ: ଆରସିସିଏଫ୍
Comments are closed.