ଅହମ୍ମଦାବାଦ: ବିଶ୍ୱକପ ଫାଇନା ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଯିବେ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ ତାରିଖରେ ହେବ ମହା ରୋମାଞ୍ଚକ ଫାଇନାଲ ମ୍ୟାଚ । ଫାଇନାଲରେ ଖେଳିବେ ଅଷ୍ଟ୍ରେଲିଆ-ଭାରତ। ମ୍ୟାଚ ଦେଖିବା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଏଲ୍ବନିଜଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ଭାରତ । ଏଥିସହିତ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ତେବେ ଉଭୟଙ୍କ ଆସିବା ନେଇ କନଫର୍ମେସନକୁ ଅପେକ୍ଷା କରାଯାଇଛି । ଏଥିସହିତ ଭାରତର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ଆସିବାର କାର୍ଯ୍ୟକ୍ରମ ରହିଛି ।
ଅଷ୍ଟ୍ରେଲିଆ ୮ମ ଥର ପାଇଁ ବିଶ୍ୱକପ ଫାଇନାଲ ଖେଳିବ । ଅନ୍ୟପକ୍ଷେ ଭାରତୀୟ ଟିମ ପାଇଁ ଏହା ୪ର୍ଥ ବିଶ୍ୱକପ ଫାଇନାଲ ହେବ । ସୂଚନାଥାଉ କି, ନ୍ୟୁଜଲାଣ୍ଡକୁ ଧୂଳି ଚଟାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ନିଜ୍ୟଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଭାରତ ୩୯୭ ରନ କରିଥିଲା । ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତ ଏତେ ବିଶାଳ ସ୍କୋର କରିପାରିଥିଲା ।
ଏହାର ମୁକାବିଲା କରିବାକୁ ଯାଇ ନ୍ୟୁଜଲାଣ୍ଡ ୩୨୭ ରନ କରିଥିଲା । ଏହି ମ୍ୟାଚରେ ଭାରତୀୟ ବୋଲର ମହମ୍ମଦ ସାମି ନିଜର ଜଲବା ଦେଖାଇଥିଲେ । ସେ ୯,୫ ଓଭରରେ ୭ ୱିକେଟ ନେଇ ରେକର୍ଡ କରିଥିଲେ ।
ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ସାଉଥ ଆଫ୍ରିକାକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି । ଏଥିରେ ସାଉଥ ଆଫ୍ରିକା ଅଷ୍ଟ୍ରେଲିଆକୁ ୨୧୩ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ କଙ୍ଗାରୁ ଟିମ ୭ ୱିକେଟରେ ୪୭.୨ ଓଭରରେ ଏହି ଲକ୍ଷ୍ୟ ହାସଲ କରି ଫାଇନାଲକୁ ପ୍ରବେଶ କରିଥିଲା ।
Comments are closed.