ଭୁବନେଶ୍ବର: ଓଡିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ । ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବଲପୁର ରେଳ ଷ୍ଟେସନରୁ ବାରଣାସୀ-ସମ୍ବଲପୁର-ବାରଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ । ଏହା ବ୍ୟତୀତ, ବରଗଡ ରେଳ ଷ୍ଟେସନ ଠାରେ ସାଂସଦ ସୁରେଶ ପୂଜାରୀ, ବାଲଙ୍ଗୀର ରେଳ ଷ୍ଟେସନରେ ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଓ ନିରଂଜନ ବିଶି, କେସିଙ୍ଗା ରେଳ ଷ୍ଟେସନରେ ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସୁଜିତ କୁମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।
ଉଦଘାଟନୀ ଦିବସରେ ଏହି ଟ୍ରେନ୍ ସମ୍ବଲପୁରରୁ ଶୁଭାରମ୍ଭ କରି ବିଶାଖାପାଟନମ୍ କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିବ ଏବଂ ଏହି ଟ୍ରେନ୍ ପାଇଁ ସମ୍ପ୍ରସାରିତ ଅଂଶରେ ନିୟମିତ ସେବା ୨୨ ନଭେମ୍ବର ୨୦୨୩ ରୁ ବିଶାଖାପାଟନମ୍ ଠାରୁ ଏବଂ ୨୩ ନଭେମ୍ବର ୨୦୨୩ ଠାରୁ ବାରଣାସୀରୁ ଚଳାଚଳ କରିବ ।
ବିଶାଖାପାଟନମ୍ ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତ ପରିବର୍ତ୍ତନ । ଏହି ଟ୍ରେନର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଅଧିବାସୀଙ୍କ ପାଇଁ ବ୍ୟବସାୟ, ଶିକ୍ଷା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣ ସମ୍ବନ୍ଧରେ ଯାତ୍ରା କରିବା ।
ସମ୍ବଲପୁର ଏବଂ ବନାରସ ମଧ୍ୟରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନକୁ କୌଣସି ପ୍ରକାର ବ୍ୟାଘାତ ନଦେଇ ଏହି ଟ୍ରେନ୍ କୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି ।
Comments are closed.