Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟକାରୀ ହେଲା ମଡ୍ୟୁଲାର ଓଟି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀ ମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥା । ଯାହା ଦ୍ବାରା ଏକା ସାଙ୍ଗରେ ୮ ଜଣଙ୍କର ଅସ୍ତ୍ରୋପଚାର ହୋଇପାରିବ, ଏହି ଓଟି ମଧ୍ୟରେ କୋରିଆନ ଡିଜାଇନରେ ହୋଇଛି ପ୍ରସ୍ତୁତି । ଏହି ଓଟି ମଧ୍ୟ ସମସ୍ତ ଜିନିଷ ପ୍ରାୟ ଫିଙ୍ଗର ପ୍ରିଣ୍ଟ ଦ୍ବାରା ସ୍କାନ୍‌ରେ କାର୍ଯ୍ୟ କରିଥାଏ ।

ଏହି ଓଟିରେ ଏକାକାଳୀନ ଭାବରେ ୧୦ ଜଣଙ୍କର ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଛି । ଏହି ୧ ମହଲା ବିଶିଷ୍ଟ ଘରେ ୭ଟି ଗୃହ ରହିଛି । ୫ଟି ଗୃହରେ ରହିଛି ମଡ୍ୟୁଲାର ଓଟି ଏବଂ ବାକି ୨ଟି ଗୃହରେ ରହିଛି ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ଅବଜରବେସନ ଗୃହ । ଏହା ଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏହା ଦ୍ବାରା ରେଫରାଲ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଅସ୍ତ୍ରୋପଚାର ସମୟରେ ବା ପରେ ଯେଉଁ ଭଳି ଭାବରେ ରୁମରେ ବ୍ୟାକ୍ଟେରିଆ ରହିବେ ନାହିଁ ସେନେଇ ମଧ୍ୟ ଅତ୍ୟାଧୁନିକ ମେସିନ ରହିଛି । ରୁମର ଅଟୋମେଟିକ୍ ତାପମାତ୍ରା ପରିବର୍ତ୍ତନର ବ୍ୟବସ୍ଥା ରହିଛି। ଏହାରି ମଧ୍ୟରେ କ୍ୟାମେରା ଦ୍ଵାରା ଏଲଇଡି ସହିତ ସଂଯୋଗ କରାଯାଇଛି । ଏହା ସତ୍ତ୍ବେ ବି ସମସ୍ତ କାର୍ଯ୍ୟ କୋରିଆରୁ ଆସିଥିବା ଫିଙ୍ଗର ପ୍ରିଣ୍ଟ ସ୍କାନରରେ ପରିଚାଳିତ ହେବ ଯାହାର କଣ୍ଟ୍ରୋଲ ପ୍ୟାନେଲ ୟୁକେରୁ ଆସିଛି ।

ତେବେ ଏହି ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା । ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦାଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠି ରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ମଡ୍ୟୁଲାର ଓଟି କାର୍ଯ୍ୟକ୍ଷମ କରିବାରେ ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ହେଉଛି କ୍ୟାପିଟାଲ ହସ୍ପିଟାଲ । ଏଠାରେ ଛୋଟ ଠାରୁ ଆରମ୍ଭ କରି ଗୁରୁତର ଅସ୍ତ୍ରୋପଚାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ।

Comments are closed.