ଭୁବନେଶ୍ୱର: ସୁସ୍ଥ ଜୀବନଶୈଳୀ ଏବଂ ମହିଳାଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନାକୁ ପ୍ରତିରୋଧ କରିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନସେସର ଏନଏସଏସ୍ ଶାଖା ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ସହଭାଗିତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଇନଜୀବି ଲେନିନ୍ ମହାନ୍ତି ମୁଖ୍ୟ ଅତିଥି ଏବଂ ମନସ୍ତତ୍ୱବିତ୍ ତଥା ସମ୍ ହସ୍ପିଟାଲର ମନସ୍ତତ୍ୱ ବିଭାଗର ପ୍ରଫେସର ଡଃ ଶୁଭେନ୍ଦୁ ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଏନଏସଏସ୍ ଶାଖାର ପ୍ରୋଗ୍ରାମ ଅଫିସର ଡଃ ସୋ÷ର୍ଯ୍ୟ ରଞ୍ଜନ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ ମନସ୍ତତ୍ୱବିତ୍ ଡଃ ଶୁଭେନ୍ଦୁ ନାରାୟଣ ମିଶ୍ର କିଭଳି ଭାବରେ ସୁସ୍ଥ ଜୀବନ ଯାପନ କରାଯାଇପାରିବ ସେ ଦିଗରେ ଆଲୋକପାତ କରିଥିଲେ । ସେହିପରି ଛାତ୍ରୀମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ଦିଗରେ ଶ୍ରୀ ମହାନ୍ତି ଆଲୋକପାତ କରିଥିଲେ ।
ଆଇଡିଏସ୍ ଏନଏସଏସ୍ ଶାଖାର ପ୍ରୋଗ୍ରାମ୍ ଅଫିସର ଡଃ ରାଧାପ୍ରସନ୍ନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.