ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅନଳଂକୃତ ବାସ୍ତବତା
ସୂଚାଏ ବିଶ୍ବର ବ୍ୟବସ୍ଥା
ଏ ନୁହେ ମନଗଢ଼ା କଥା
ଅଟେ ନିଷ୍ଠୁରତମ ବ୍ୟଥା
ଭାଷାରେ ବିଷ ଓ ଅମୃତ
ଉଭୟ ହେଲେ ବ୍ୟବହୃତ
ବ୍ୟକ୍ତି ହୁଏନି ନିଶ୍ଚେ ମୃତ
ଅଥବା ସର୍ବଦା ଜୀବିତ
ପ୍ରେମର ଅସଂଖ୍ୟ ଧରଣ
କରିବା କେମିତି ବର୍ଣନ ?
ତହିଁରୁ ଅଳ୍ପ କିଛି ବାଛି
ଏବେ ମୁଁ ଦେଖାଇ ଦେଉଛିଁ
ଯାହାର ଯେଉଁଭଳି ରୁଚି
ପ୍ରେମ ସେ ସେଭଳି କରୁଛି
ଭାଷା, ବିଶ୍ବ ଓ ଧର୍ମ ପ୍ରେମ
ପ୍ରତିଟି ଅଟଂତି ଉତ୍ତମ
ତେବେ ବି ଚାଲିଛି ସଂଗ୍ରାମ
ଦୃଶ୍ୟ ହେଉଛି ଅବିରାମ
ବିଷ ନ ଛାଡ଼ିଲେ ଅମୃତ
କେବେ ବି ହୁଏନାହିଁ ପ୍ରାପ୍ତ
ଅନ୍ୟ କାହାର ଲେଖା ଦେଖି
ଯିଏ ବି ଯାହା ଦିଏ ଲେଖି
ତହିଁରେ ବହୁବିଧ ତ୍ରୁଟି
ପାଠକ ପାରେ ଆପେ ଭେଟି
କରିଣ ସ୍ବାଧୀନ ଚିଂତନ
ଏହି ରୀତିର ଅବସାନ
ଘଟାଇଥାଏ ଯେଉଁ ବ୍ୟକ୍ତି
ସେ ହୁଏ ସ୍ବଭାଷାର ସାଥୀ
ସେ ହୁଏ ସ୍ବଧର୍ମର ସାଥୀ
ଅନ୍ୟ ବିରୋଧରେ ମାତି
କରେନି କେବେ କାହା କ୍ଷତି
ସ୍ଥାପିତ ହୁଏ ସୁଖ, ଶାଂତି
Comments are closed.