Latest Odisha News

ରିଲିଜ ହେଲା ଭିକି କୌଶଲଙ୍କ ‘ସାମ ବାହାଦୂର’, ଜାଣନ୍ତୁ କେତେ ରହିଛି ପ୍ରଥମ ଦିନର କଲେକ୍ସନ

ମୁମ୍ବାଇ: ଆଜି ରିଲିଜ ହୋଇଛି ଭିକି କୌଶଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାମ ବାହାଦୂର’। ଏହି ଫିଲ୍ମ ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କର ବାୟୋପିକ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଯୁଦ୍ଧ ଡ୍ରାମା ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଫ୍ୟାନ୍ସ ମାନେ ଉତ୍ସାହର ସହିତ ‘ସାମ ବାହାଦୂର’ ରିଲିଜକୁ ଅପେକ୍ଷା କରିଥିଲେ ।

ବର୍ତ୍ତମାନ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବାପରଠାରୁ ଏହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି । ଦର୍ଶକ ଫିଲ୍ମ ଏବଂ ଭିକି କୌଶଲଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହା ସହ ଫିଲ୍ମରେ ଭିକିଙ୍କ ଏଣ୍ଟ୍ରି ମଧ୍ୟ ବେଶ ଚମତ୍କାର ରହିଛି । ଏବେ ‘ସାମ ବାହାଦୂର’ର ପ୍ରଥମ ଦିନର ଇନକମ୍ ର ଆକଳନ ମଧ୍ୟ ଆସିଛି ।

ସେକ୍ନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ ‘ସାମ ବାହାଦୂର’ ରିଲିଜ୍ ହେବାର ପ୍ରଥମ ଦିନରେ 6 କୋଟି ଟଙ୍କା କଲେକ୍ସନ କରିଛି । ଏହା ସହିତ ଏହି ଚଳଚ୍ଚିତ୍ର ଭିକି କୌଶଲଙ୍କ କ୍ୟାରିୟରର ତୃତୀୟ ସର୍ବାଧିକ ଓପନର୍ ହୋଇପାରିଛି । ଏହାପୂର୍ବରୁ ଅଭିନେତାଙ୍କ ଚଳଚ୍ଚିତ୍ର ‘ଉରି’ ଏବଂ ‘ରାଜି’ ପ୍ରଥମ ଦିନରେ ସର୍ବାଧିକ କଲେକ୍ସନ କରିଥିଲା ।

ରଣବୀର କପୁରଙ୍କ ଅଭିନୀତ ‘ଆମିମଲ’ ସହିତ ‘ସାମ ବାହାଦୂର’ ର କମ୍ପିଟିସନ ହେବା ନେଇ ପୂର୍ବରୁ ଶୁଣିବାକୁ ମିଳୁଥିଲେ ମଧ୍ୟ, ଭିକି ଙ୍କ ଅଭିନୀତ ଫିଲ୍ମ ଭାରତର ପ୍ରାୟ ୧୩୦୦ ପ୍ରେକ୍ଷାଳୟରେ ଅର୍ଥାତ୍ ୧୮୦୦ ରୁ ୨୦୦୦ ପରଦାରେ ରିଲିଜ ହୋଇଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଫିଲ୍ମ ‘ଆମିମଲ’ ର ରିଲିଜ ‘ସାମ ବାହାଦୂର’ ଉପରେ କୌଣସି ପ୍ରଭାବ ପକାଇନାହିଁ ।

ବର୍ତ୍ତମାନ ସମସ୍ତଙ୍କ ନଜର ବକ୍ସ ଅଫିସରେ ରହିଛି । ସପ୍ତାହକ ମଧ୍ୟରେ ‘ଆନିମଲ’ ଆଗରେ ‘ସାମ ବାହାଦୂର’ କେତେ ବକ୍ସ ଅଫିସ କଲେକ୍ସନ କରୁଛି ତାହା ଦେଖିବାକୁ ବାକି ରହିଲା ।

Comments are closed.