Latest Odisha News

BREAKING NEWS

ଜାନୁଆରୀ ୨ରୁ +୨ ପ୍ରାକ୍ଟିକାଲ, ଫେବୃୟାରୀ ୧୬ରୁ ହୋଇପାରେ ଥିଓରୀ ପରୀକ୍ଷା

ଭୁବନେଶ୍ବର : +୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୂଚନା। ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ। ଜାନୁଆରୀ ୨ତାରିଖରୁ ପ୍ରାକ୍ଟିକାଲ୍‍ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

ଏଥିସହିତ ଫେବୃୟାରୀ ୧୬ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ମଧ୍ୟ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।

Leave A Reply

Your email address will not be published.