Latest Odisha News

BREAKING NEWS

ଟୁଥବ୍ରଶକୁ ଖାଇଦେଲେ ମହିଳା,ବିଗିଡ଼ି ଗଲା ଅବସ୍ଥା

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ । ଟୁଥ୍‌ବ୍ରଶକୁ ନେଇ ନିକଟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ସ୍ପେନୀୟ ମହିଳା ତାଙ୍କ ଟୁଥବ୍ରଶକୁ ଗିଳି ଦେଇଛନ୍ତି ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।

ମହିଳା ଜଣକ ସ୍ପେନର ଗାଲଡାକାଓର ବାସିନ୍ଦା । ଏହି ୨୧ ବର୍ଷୀୟ ମହିଳା ବ୍ରଶ କରିବା ସମୟରେ ତାଙ୍କ ଗଳାରେ ଲାଖିଥିବା ଖାଦ୍ୟ ଖଣ୍ଡକୁ ବାହାର କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ହଠାତ ସେ ବ୍ରଶଟିକୁ ହିଁ ଗିଳି ଦେଇଥିଲେ । ମହିଳା ଜଣକ କଦଳୀ ଖାଉଥିଲେ ଏବଂ ଏହାର କିଛି ଅଂଶ ତାଙ୍କ ଗଳାରେ ଲାଖି ଯାଇଥିଲା । ଗଳାରେ ଲାଖି ଯିବାରୁ ସେ ଅସହଜମନେ କରି ନିଜ ଟୁଥବ୍ରଶ ସାହାଯ୍ୟରେ ଗଳାକୁ ସଫା କରିବାକୁ ଲାଗିଲେ । ହେଲେ ଏପରି କରିବା ଭିତରେ ସେ ୮ଇଞ୍ଚର ଟୁଥବ୍ରଶ ଗିଳି ଦେଇଥିଲେ । ଫଳରେ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ସଙ୍ଗେ ସଙ୍ଗେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ ଡାକ୍ତରମାନେ ତାଙ୍କ ଗଳାରେ ଅଟକିଥିବା ବ୍ରଶକୁ ବାହାର କରିଥିଲେ ।

Comments are closed.