Latest Odisha News

ଆରବିଆଇର ରେପୋରେଟ୍ ଅପରିବର୍ତ୍ତିତ, UPI ଟ୍ରାଞ୍ଜାକ୍ସନ ସୀମା ୫ ଲକ୍ଷକୁ ବୃଦ୍ଧି 

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷିତ । ପଞ୍ଚମ ଥର ଲାଗି ରେପୋରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅନ୍ୟାନ୍ୟ ବ୍ୟାଙ୍କକୁ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ଋଣ ଦେଇଥାଏ ତାହାକୁ କୁହାଯାଇଥାଏ ରେପୋରେଟ୍ । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ ଋଣ ଉପରେ ସୁଧହାର ଅପରିବର୍ତ୍ତିତ ରହିବ । ଶକ୍ତିକାନ୍ତ କହିଛନ୍ତି- ବିଶ୍ବ ଅର୍ଥନୀତି ସ୍ବାଭାବିକ ରହିଛି ଏବଂ ଗତ ବର୍ଷ ତୁଳନାରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି । ଭାରତୀୟ ଅର୍ଥନୀତି ମଧ୍ୟ ସକାରାତ୍ମକ ହାରରେ ଗତି କରୁଛି । ଅର୍ଥନୀତିର ଅନ୍ୟାନ୍ୟ ଦିଗ ପ୍ରତି ଆରବିଆଇ ଗୁରୁତ୍ବ ଦେଉଛି ବୋଲି ସେ କହିଛନ୍ତି ।

ଏଥିସହ UPI ବ୍ୟବହାରକାରୀଙ୍କୁ ଖୁସି ଖବର ଦେଇଛି ଆରବିଆଇ । ଏଣିକି ଥରକେ ୫ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରିପାରିବେ ଗ୍ରାହକ । ପୂର୍ବରୁ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା । ଯାହାକୁ ପରିବର୍ତ୍ତନ କରାଯାଇଥିବା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାଶ କହିଛନ୍ତି । ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡିକରେ ଫିସ୍ ଦେବା ସମୟରେ ଯୁପିଆଇ ଟ୍ରାଞ୍ଜାକ୍ସନ ନେଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ଲକ୍ଷ୍ୟ କରି ଏଥିରେ ପରିବର୍ତ୍ତନ କରାଯାଇଛି ।

Comments are closed.