ଜୟପୁର: ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତ ନିତିନ ଫୌଜି ଏବଂ ରୋହିତଙ୍କ ସହ ସେମାନଙ୍କର ତୃତୀୟ ସହଯୋଗୀ ଉଦ୍ଧମଙ୍କୁ ମଧ୍ୟ ଗିରଫ କରାଯାଇଛି । ଦିନ କୁ ଦିନ ଏହି ମାମଲାର ନୂତନ ତଥ୍ୟା ସାମ୍ନାକୁ ଆସୁଛି । ସୁଖଦେବ ସିଂ ଗୋଗାମେଡି ହତ୍ୟା ମାମଲାରେ ଆଉ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପଚରାଉଚରା ବେଳେ ସୁଟର ନିତିନ ଏବଂ ରୋହିତ କହିଛନ୍ତି ଯେ ଗୋଗାମାଡି ହତ୍ୟା ପୂର୍ବରୁ ସେମାନଙ୍କୁ ୫୦-୫୦ ହଜାର ଟଙ୍କା ମିଳିଥିଲା । ଧରାପଡିବା ପୂର୍ବରୁ ସେମାନଙ୍କର ଚଣ୍ଡିଗଡ଼ରୁ ଗୋଆକୁ ପଳାଇବାର ଯୋଜନା ଥିଲା । ସେ ଜାଲ୍ ଆଇଡି କାର୍ଡ ସାହାଯ୍ୟରେ ଚଣ୍ଡିଗଡ଼ର ଏକ ହୋଟେଲ ରୁମ୍ ମଧ୍ୟ ନେଇଥିଲେ।
ସୂଚନାନୁସାରେ, ଚଣ୍ଡିଗଡ଼ ପରେ ଉଭୟେ ଗୋଆ ଯିବାରଥିଲା ଏବଂ ସେଠାରୁ ସେମାନେ ଦକ୍ଷିଣ ଭାରତକୁ ଯାଇଥାନ୍ତେ । ସେମାନଙ୍କୁ ସେଠାରେ ପ୍ରାୟ ୨୦ ଦିନ ରହିବାକୁ କୁହାଯାଇଥିଲା । ଏହି ସମୟ ମଧ୍ୟରେ ତାଙ୍କ ପାସପୋର୍ଟ ଏବଂ ଭିସା ପାଇଁ ବ୍ୟବସ୍ଥା କରାଯାଇଥିଲା । ବଳାତ୍କାର ମାମଲାରେ ରୋହିତ ପୂର୍ବରୁ ଜେଲ ଯାଇଥିଲେ । ତାଙ୍କୁ ଲାଗୁଥିଲା ଯେ ଯେ ସୁଖଦେବ ଗୋଗାମେଡିଙ୍କ କାରଣରୁ ସେ ଜେଲ ଯାଇଥିଲେ । ହତ୍ୟାକାରୀମାନେ ଚଣ୍ଡିଗଡରେ ଜୟବୀର, ଦେବେନ୍ଦ୍ର ଏବଂ ସୁଖବୀର ନାମରେ ଏକ ହୋଟେଲ ରୁମ ବୁକ୍ କରିଥିଲେ ।
ସେହିପରି ଫୌଜି ଗତ ନଭେମ୍ବର ମାସରେ ସେନାବାହିନୀରୁ ଛୁଟିରେ ଆସିଥିଲେ। ତାଙ୍କ ବିରୋଧରେ ଅପହରଣ ମାମଲା ପଞ୍ଜିକୃତ ହୋଇଥିଲା ତେଣୁ ତାଙ୍କର ଚାକିରି ଚାଲିଯିବା ନେଇ ସେ ଭାବୁଥିଲେ । ଉଦ୍ଧମ ସିଂ ନିତିନ ଫୌଜିଙ୍କ ସହ ଟ୍ରେନିଂ ସମୟରେ ପରିଚିତ ଥିଲେ ମାତ୍ର ଗତ 4 ବର୍ଷ ଧରି ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କରେ ନଥିଲା । ହତ୍ୟାକାଣ୍ଡ ପରେ ଉଭୟ ଅଭିଯୁକ୍ତ ଉଦ୍ଧମ ସିଂଙ୍କୁ ବ୍ୟବହାର କରିଥିଲେ ।
ତିନିଜଣ ହୋଟେଲ କର୍ମଚାରୀଙ୍କୁ କହିଥିଲେ ଯେ ସେମାନେ ମନାଲିରୁ ଆସିଛନ୍ତି ଏବଂ ପରେ ହରିୟାଣା ଯିବେ। ଶନିବାର ସନ୍ଧ୍ୟା ୭ ଟା ସମୟରେ ସେମାନେ ହୋଟେଲରେ ପହଞ୍ଚିଥିଲେ ଏବଂ ଠିକ୍ ଏକ ଘଣ୍ଟା ପରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏବଂ ରାଜସ୍ଥାନ ପୋଲିସ ମିଳିତ ଟିମ୍ ହୋଟେଲରୁ ତିନିଜଣଙ୍କୁ ଧରିଥିଲେ । ଏହି ସୁଟରମାନେ ଲୁଚି ରହିଥିବା ଚଣ୍ଡିଗଡ଼ର ହୋଟେଲର ମ୍ୟାନେଜର ରବି ଡୋଗ୍ରାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। କେବଳ ଏତିକି ନୁହେଁ, ସିସିଟିଭି ଡିଭିଆର ଏବଂ ହୋଟେଲର ବୁକିଂ ରେଜିଷ୍ଟର ମଧ୍ୟ ପୋଲିସ ଜବତ କରିଛି ।
Comments are closed.