Latest Odisha News

BREAKING NEWS

ସମୁଦ୍ର ମଝିରେ ମାତ୍ର ଦୁଇଟି ସ୍ତମ୍ଭ ଉପରେ ରହିଛି ସବୁଠୁ ଛୋଟ ଦେଶ , ରୁହନ୍ତି ମାତ୍ର ୨୫ରୁ ୩୦ ନାଗରିକ

ନୂଆଦିଲ୍ଲୀ : ଆପଣମାନେ ସବୁବେଳେ ଦୁନିଆର ସବୁଠୁ ବଡ ଦେଶ ବିଷୟରେ ଶୁଣିଥିବେ  । ହେଲେ ଆଜି ପର୍ଯ୍ୟନ୍ତ କେବେ ହୁଏତ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଶୁଣି ନାହାଁନ୍ତି । ଭାଟିକାନ୍ିସ ସିଟିକୁ ଦୁନିଆର ସବୁଠାରୁ ଛୋଟ ଦେଶ ଭାବେ ବିବେଚନା କରାଯାଉଥିଲା  । ହେଲେ  ଭାଟିକାନ୍‌ ସିଟି ନୁହେଁ , ସିଲାଣ୍ଡ ହେଉଛି ଦୁନିଆର ସବୁଠୁ ଛୋଟ ଦେଶ  ।  ଯଦିଓ ଏହା ଅଫିସିଆଲ ଭାବେ ଦୁନିଆର ସବୁଠାରୁ ଛୋଟ ଦେଶରେ ସାମିଲ ହୋଇନାହିଁ  ।

ସେଥିପାଇଁ ଏହା ବିଷୟରେ ଲୋକେ ଏତେଟା ଜାଣିନାହାଁନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହି ଦେଶ କେବଳ ଦୁଇଟି ସ୍ତମ୍ଭ ଉପରେ ରହିଛି । ଏହି ଦେଶକୁ ମାକ୍ରୋନେସନ ନାମରେ ବି ଜଣାଯାଏ। ଏହି ଦେଶ ଇଂଲଣ୍ଡ ପାଖରେ ଅବସ୍ଥିତ। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ତିଆରି କରିଥିଲା। କିନ୍ତୁ ପରେ ଏହାକୁ ଖାଲି କରିଦିଆଯାଇଥିଲା।

ରାୟ ବିଟ୍ସ ନାମକ ଜଣେ ରାଜା ଏଠାରେ ଶାସନ କରୁଥିଲେ। କିନ୍ତୁ ରାୟ ବିଟ୍ସଙ୍କ ପରେ ତାଙ୍କ ପୁଅ ମାଇକେଲଙ୍କର ଶାସନ ରହିଛି। ଏହି ଦେଶର ନିଜର ଏକ ପତାକା ରହିଛି  । ଯାହାର ରଙ୍ଗ ଲାଲ, ଧଳା ଏବଂ କଳା। ବର୍ତ୍ତମାନ କିନ୍ତୁ ଲୋକମାନେ ଧିରେ ଧିରେ ଏହି ଦେଶ ବିଷୟରେ ଜାଣି ଏଠାକୁ ବୁଲିବାକୁ ଆସୁଛନ୍ତି  । ଏହି ଦେଶ ଏତେ ଛୋଟ ଯେ ଆପଣ ଗୁଗଲ ମ୍ୟାପରେ ବି ଏହାର ପତ୍ତା ଲଗାଇପାରିବେନି।

Comments are closed.