ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି । ଏନେଇ ସୂଚନା ଦେଇଛନ୍ତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । RGHରେ ୬ଜଣଙ୍କ ମୃତ୍ୟୁ ନେଇ ସରକାରଙ୍କ ପାଖରେ ରିପୋର୍ଟ ଅଛି। ଘରୋଇ ହସ୍ପିଟାଲରେ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିବାର ତଥ୍ୟ ଆସିଛି । ଡେଥ କମିଟି ତାହାକୁ ଯାଞ୍ଚ କରି ରିପୋର୍ଟ ଦେବ । ଝାଡ଼ାବାନ୍ତି ଏବେ ସ୍ଥିର ଅବସ୍ଥାକୁ ଆସିଛି । ହସ୍ପିଟାଲରେ ଆଡ଼ମିଶନ ସଂଖ୍ୟା ବଢ଼ୁନାହିଁ । ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ୩ ଦିନ ତଳେ ପ୍ରାୟ ୨୦ ଗୁରୁତର ରୋଗୀ ଥିଲା ବେଳେ ଏବେ ଏ ସଂଖ୍ୟା ୨ରେ ରହିଛି । ଅଧିକ ଲୋକ ଆତଙ୍କିତ ହୋଇ ଆଡ଼ମିଶନ ହେଉଥିବା ସେ କହିଛନ୍ତି ।
ପୂର୍ବରୁ ସୁନ୍ଦରଗଡ଼ ମେଡିକାଲ କଲେଜରୁ ଡାକ୍ତର ନିୟୋଜିତ ଥିଲା ବେଳେ ଗତକାଲି SCB ମେଡିକାଲ କଲେଜରୁ ୩ଜଣ ଫାକଲ୍ଟି ନିୟୋଜିତ ହୋଇଛନ୍ତି । ଔଷଧ, ଡାକ୍ତର ଓ ମେଡିକାଲ କର୍ମଚାରୀ ନିୟୋଜନ କରାଯାଇ ସବୁ ଅର୍ବାନ PHCକୁ ୨୪ ଘଣ୍ଟିଆ ଚାଲୁ କରାଯାଇଛି । ମହାନଗର ନିଗମର ୧୪ଟି ୱାର୍ଡରେ ଝାଡ଼ାବାନ୍ତି ବ୍ୟାପିଛି । ୯ଟି ମୋବାଇଲ ଟିମ୍ ନିୟୋଜିତ ହୋଇଛନ୍ତି । ଏବେ ଘରକୁ ଘର ବୁଲି ସଚେତନ କରାଯାଉଛି । ଲୋକଙ୍କୁ ORS ଓ ହାଲୋଜେନ ବଟିକା ଦିଆଯାଉଛି । RMRC ଟିମ ପହଞ୍ଚି ଝାଡ଼ାବାନ୍ତିର କାରଣ ଖୋଜିବା ଆରମ୍ଭ କରିଛନ୍ତି । ତେବେ ପିକ ପିରିଅଡ ଚାଲିଯାଇଥିବା ବେଳେ ଏବେ ସଂକ୍ରମଣ ତଳମୁହାଁ ହେଉଥିବା ସେମାନେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
Comments are closed.