Latest Odisha News

ଲଦାଖରେ ୪.୫ ତୀବ୍ରତାର ଭୂକମ୍ପ ଝଟକା, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ : ଲେହ ଓ ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସକାଳ ୪.୩୦ ସମୟରେ ଏହି ଭୂକମ୍ପ ହୋଇଥିଲା।

ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠ ଠାରୁ ୫ କିଲୋମିଟର ଗଭୀରତାରେ ରହିଛି  । ବର୍ତ୍ତମାନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି  । ଏହାପୂର୍ବରୁ ଜମ୍ମୁ କଶ୍ମୀରର ପୁଞ୍ଚ ଏବଂ କାର୍ଗିଲରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ଥିଲା ୩.୭  । ପାହାଡିଆ ଅଞ୍ଚଳ ହୋଇଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା ।

Comments are closed.