Latest Odisha News

କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗରରେ ଫାଣ୍ଡି ଉଦଘାଟିତ

ଭୁବନେଶ୍ୱର: ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭ ଉଦଘାଟନ କରିଛନ୍ତି ।

ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଅତିରିକ୍ତ ପୋଲିସ କମିଶନର ବ୍ରିଜେଶ କୁମାର ରାୟ, ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ, ଶିକ୍ଷା ‘ଓ’ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼) ମନୋରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଭରତପୁର ଥାନା ଅଧିନରେ ଥିବା ଏହି ନୂତନ ପୋଲିସ ଫାଣ୍ଡି ହେବା ଦ୍ବାରା ଉକ୍ତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କରାଯାଇପାରିବ ଏବଂ ସହାୟତା କେନ୍ଦ୍ର କୁ ଆସୁଥିବା ଅଭିଯୋଗକାରୀ ଏବଂ ଅନ୍ୟନ୍ୟ ବ୍ୟକ୍ତି ବିଶେଷ ମାନେ ଅତି କମ ସମୟରେ ପୋଲିସ ସହାୟତା ମଧ୍ୟ ପାଇପାରିବେ । ଏଠାରେ ୨ ଜଣ ଅଫିସର ଓ ୬ ରୁ ୮ ଜଣ କନେଷ୍ଟବଳ ରହିବ । ଏହାସହ ଗୋଟିଏ ପୋଲିସ ଭ୍ୟାନ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।

Comments are closed.