Latest Odisha News

BREAKING NEWS

ସ୍ମାର୍ଟଫୋନ୍ ଅଭ୍ୟାସ ଛଡ଼ାଇବାକୁ ମହିଳା ଘରେ ଆଣିଲେ ଏମିତି ନିୟମ, ଏଗ୍ରିମେଣ୍ଟ ପେପର୍ ହେଉଛି ଭାଇରାଲ୍ 

ଯଦି ପରିବାରର କୌଣସି ସଦସ୍ୟ ଏହି ନିୟମ ମାନିବାକୁ ନାରାଜ, ତେବେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ।

ନୂଆଦିଲ୍ଲୀ; ସ୍ମାର୍ଟଫୋନ୍ ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ ଫୋନକୁ ନିଜ ହାତରେ ରଖିବାକୁ ପସନ୍ଦ କରିଥାନ୍ତି। 

ପରିବାରର ସଦସ୍ୟଙ୍କର ଏହି ସ୍ମାର୍ଟଫୋନ୍ ଅଭ୍ୟାସକୁ ଛଡ଼ାଇବା ପାଇଁ ଜଣେ ମହିଳା ‘ସ୍ମାର୍ଟଫୋନ୍ ଚୁକ୍ତି’ କରିଛନ୍ତି। ଯେଉଁଥିରେ ମୋବାଇଲ୍ ବ୍ୟବହାର ସମ୍ବନ୍ଧୀୟ ନିୟମାବଳୀ ଲେଖାଯାଇଛି। ସେହି ଚୁକ୍ତିରେ ମହିଳା ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଯଦି ପରିବାରର କୌଣସି ସଦସ୍ୟ ଏହି ନିୟମ ମାନିବାକୁ ନାରାଜ, ତେବେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ।

ଏବେ ଏହି ଚୁକ୍ତିନାମାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଶେଆର୍ କରି ୟୁଜର୍ସ ମଜାଳିଆ କମେଣ୍ଟସ୍ ଦେଉଛନ୍ତି। 

ତେବେ ଫଟୋରେ ଦେଖାଯାଇଥିବା ଚୁକ୍ତି ସାଧା କାଗଜରେ ନୁହେଁ ବରଂ ୫୦ ଟଙ୍କା ମୂଲ୍ୟର ଷ୍ଟାମ୍ପ ପେପରରେ କରାଯାଇଛି। ଏଥିରେ କିଛି ନିୟମ କ୍ରମରେ ଲେଖାଯାଇଛି, ଯାହାକୁ ମୋବାଇଲ୍ ବ୍ୟବହାର କରିବା ସମୟରେ ପରିବାର ସଦସ୍ୟଙ୍କୁ ଅନୁସରଣ କରିବାକୁ ପଡିବ ବୋଲି ସିଧା ଲେଖାଯାଇଛି। ଏହା ଚୁକ୍ତିନାମାର ଶୀର୍ଷରେ ଲେଖା ହୋଇଛି-

‘ମୁଁ, ମଞ୍ଜୁ ଗୁପ୍ତା, ମୋ ପରିବାର ସଦସ୍ୟଙ୍କ ପାଇଁ କିଛି ନିୟମ ପ୍ରସ୍ତୁତ କରୁଛି। କାରଣ ମୁଁ ଅନୁଭବ କଲି ଯେ ମୋ ପରିବାର ସଦସ୍ୟ ମୋ ଅପେକ୍ଷା ମୋବାଇଲର ଅଧିକ ନିକଟତର ହେଉଛନ୍ତି।‘

ମହିଳାଙ୍କ ଚୁକ୍ତିରେ ରହିଛି ଏମିତି କିଛି ନିୟମ…

୧. ସମସ୍ତେ ସକାଳୁ ଉଠି ଫୋନ୍ ବ୍ୟବହାର କରିବା ପରିବର୍ତ୍ତେ ସୂର୍ଯ୍ୟ ଭଗବାନଙ୍କୁ ଦେଖିବେ। 

୨. ସମସ୍ତଙ୍କୁ କେବଳ ଡାଇନିଂ ଟେବୁଲରେ ଏକାଠି ଖାଇବାକୁ ପଡିବ ଏବଂ ଏହି ସମୟ ମଧ୍ୟରେ ଫୋନ୍ ଗୁଡିକ ୨୦ ପାଦ ଦୂରରେ ରହିବ।

୩. ବାଥରୁମକୁ ଯିବାବେଳେ ଫୋନକୁ ବାହାରେ ରଖିବାକୁ ପଡ଼ିବ। ରିଲସ୍ ବଦଳରେ ସମସ୍ତେ ନିଜ  କାର୍ଯ୍ୟରେ ଧ୍ୟାନ ଦେବେ।

ଚୁକ୍ତିନାମାର ତଳେ ଏକ ନୋଟ୍ ଅଛି ଯେଉଁଥିରେ ମହିଳା ନିୟମ ଭାଙ୍ଗିବାର ଦଣ୍ଡ ବିଷୟରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତେବେ ସେ ଏକ ମାସ ପାଇଁ ଜୋମାଟୋ କିମ୍ବା ସ୍ଵିଗିରୁ ଖାଦ୍ୟ ଅର୍ଡର କରିପାରିବେ ନାହିଁ।

ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ସେୟାର କରାଯାଉଛି ଏବଂ ଏହାକୁ ପ୍ରାୟ ଛଅ ଲକ୍ଷ ଲୋକ ଦେଖିଛନ୍ତି। ଲୋକମାନେ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। 

Comments are closed.