ନୟାଗଡ: ଭିଜିଲାନ୍ସ ଜାଲରେ ନୟାଗଡ଼ ମଟର ଯାନ ନିରକ୍ଷକ (ଏମଭିଆଇ) । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଆଜି ସକାଳୁ ପଞ୍ଚାନନଙ୍କ ଭୁବନେଶ୍ବରରେ ଥିବା ଭଡ଼ାଘର, ପୈତୃକ ଘର ସମେତ ୭ଟି ସ୍ଥାନରେ ଏହି ରେଡ୍ କରାଯାଇଛି ।
ସୂଚନା ମୁତାବକ, ନୟାଗଡ ଏମଭିଆଇ ପଞ୍ଚାନନ ବେହାରା ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହାପରେ ଘଟଣାର ତଦନ୍ତ କରି ଆଜି ସକାଳେ ପଞ୍ଚାନନଙ୍କ ଘରେ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ ।
ଏହି ଚଢାଉରେ ୬ ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି । ପଞ୍ଚାନନଙ୍କ ୭ଟି ଠିକଣାରେ ରେଡ୍ ଚାଲିଛି । ନୟାଗଡ଼ ସ୍ଥିତ କାର୍ଯ୍ୟାଳୟ, ଭଡ଼ା ଘର ସମେତ, କଟକ ନିଶ୍ଚିନ୍ତକୋଇଲି ବାଲିଆପଦା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ଶୈଳଶ୍ରୀବିହାର ସ୍ଥିତ କୋଠା, ପାଣ୍ଡରା ସ୍ଥିତ ଘରେ ଚଢ଼ାଉ କରାଯାଇଛି ।
ଏହା ସହିତ ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଗାଁ ଓ ଭୁବନେଶ୍ବର ପାଣ୍ଡରା ରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ କରିଛି ଭିଜିଲାନ୍ସ ଟିମ୍ । ଚଢାଉ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।
Comments are closed.