Latest Odisha News

‘କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ’

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକ ଏବେ ନିଶାମୁକ୍ତ ହେବ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି।

ଶିକ୍ଷାନୁଷ୍ଠାନରେ ନାମଲେଖା ପୂର୍ବରୁ ଛାତ୍ରଛାତ୍ରୀମାନେ ଯେପରି ନିଶା ନିବାରଣ ଘୋଷଣାନାମା ଦାଖଲ କରିବେ ତାହା ସୁନିଶ୍ଚିତ କରିବାକୁ ଆମେ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛୁ। ରାଜ୍ୟରେ ମଧ୍ୟ ଅଧ୍ୟାପକଙ୍କ ପାଇଁ ସମାନ ନିୟମ ଲାଗୁ କରିବାକୁ ଆମେ ଅନୁରୋଧ କରିଛୁ ବୋଲି ସେ କହିଛନ୍ତି।

ଯୁକ୍ତ ୨, ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କମିଟି ସୁପାରିସ କରିଛି। ଆମର ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶା ମୁକ୍ତ ରଖିବା । ଯେଉଁ ନିୟମ ଛାତ୍ରଛାତ୍ରୀ ମାନେ ସମାନ ନିୟମ ଅଧ୍ୟାପକମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଉଚିତ୍ ବୋଲି ଭୂପିନ୍ଦର ସିଂହ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନେକ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ନିଶା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଯୁବକମାନେ ନିଶାସକ୍ତ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ କେନ୍ଦ୍ର ସରକାର ମଧ୍ୟ ନିଶା ମୁକ୍ତ ଭାରତ ଅଭିଯାନ (ଏନଏମବିଏ) କାର୍ଯ୍ୟକାରୀ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଚିଠି ଲେଖିଛି।

Comments are closed.