Latest Odisha News

BREAKING NEWS

ପାଟଣାଗଡ ବିଧାୟକଙ୍କ ନାଁରେ ଠକେଇ କରୁଥିଲା ଯୁବକ, ଧରିଲା ପୋଲିସ

ବଲାଙ୍ଗିର: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ନାମରେ ଲୋକଙ୍କ ଠାରୁ ଠକେଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ବଲାଙ୍ଗିର ଜିଲ୍ଲା ବରପାଲିପଡାରୁ ଗିରଫ କରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବକ ଜଣକ ପାଟଣାଗଡ ବିଧାୟକଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟ ଖୋଲିବା ସହ ଜଣେ ମୋବାଇଲ୍ ଫୋନ ଷ୍ଟୋରର ମାଲିକ ଶ୍ରୀରାମ ଦାସଙ୍କୁ ଲାଞ୍ଚ ସ୍ୱରୂପ ଏକ ସ୍ମାର୍ଟଫୋନ ଦାବି କରିଥିଲା ।

ଏନେଇ ଶ୍ରୀଦାସଙ୍କୁ ସନ୍ଦେହ ହେବାପରେ ସେ ବିଧାୟକଙ୍କୁ ଅବଗତ କରାଇଥିଲେ । ପରେ ଏସମ୍ପର୍କରେ ବିଧାୟକ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.