Latest Odisha News

ଆସନ୍ତା ୧୮ରୁ ଦୁଇଦିନିଆ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ଵର ନୟାପଲ୍ଲୀ ବିସ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ, ନୂଆଦିଲ୍ଲୀ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା  ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ ।

ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନ ଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନିସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖାବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନ ଭୋଗୀ ଓ ସେମାନଙ୍କର ପରିବାର ବର୍ଗ ଏହି ଶିବିରରେ ଯୋଗ ଦେବେ । ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ । ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସର ପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ  ନିମ୍ନୋକ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଧାରିତ ଆବେଦନପତ୍ରରେ ଆବେଦନ ପଠାଇପାରିବେ।

ନୋଡାଲ ଅଧିକାରୀ ଏବଂ ତାଙ୍କ ଠିକଣା ହେଲା – ଚଣ୍ଡିଚରଣ ଚାଟାର୍ଜୀ (ଏସଏଓ), କାର୍ଯ୍ୟାଳୟ : ଆଇଏଓ (ଏ), ଠିକଣା – ୬୫୪, ସହିଦ ନଗର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୦୭, ଫୋନ ନମ୍ବର : ୯୪୩୪୯୩୯୯୫୯, ଇମେଲ୍ ଆଇଡି : chandichatterjee.dad@hub.nic.in  । ଆହୁରି ଅବସରପ୍ରାପ୍ତ କର୍ମଚାରୀମାନେ ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି ।

Comments are closed.