Latest Odisha News

କାରକୁ ଧକ୍କା ଦେଲା ‘ମୋ ବସ୍’, ତାତିଗଲେ ଲୋକେ

ଭୁବନେଶ୍ୱର:କାରକୁ ‘ଧକ୍କା ଦେଲା ମୋ ବସ୍’। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ କଟକ ବାରଙ୍ଗଠାରେ ଘଟିଥିଲା ଏହି ଦୁର୍ଘଟଣା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ  ସଂପୃକ୍ତ ମୋ ବସକୁ ଧକ୍କା ଦେବା ପରେ ଅଟକ ରଖିଛନ୍ତି।

ଓଡି ୩୩ଭି ୩୫୧୩ ନମ୍ବର ବିଶିଷ୍ଟ ବସଟି କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବାରଙ୍ଗ ନିକଟରେ ପଛପଟୁ ଏକ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଗୁରୁତର ହୋଇନାହାନ୍ତି। ଗାଡି ଡ୍ରାଇଭର ଦାୟିତ୍ୱହୀନ ପାଇଁ ଏପରି ଏକ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଉତ୍ତେଜନା ପରେ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ସେମାନେ ଉଭୟ ଗାଡ଼ିକୁ ଥାନାକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଦୁର୍ଘଟଣା ପରେ ବସ୍ ର ଯାତ୍ରୀମାନେ ବାରଙ୍ଗରେ ଅଟକି ରହିଥିଲେ। ବସରେ ଥିବା ଯାତ୍ରୀମାନେ ହଇରାଣ ହୋଇଥିଲେ।

Comments are closed.