Latest Odisha News

ଆତ୍ମରକ୍ଷା କୌଶଳ ଶିଖିବେ ଛାତ୍ରୀ: କଲେଜରେ ଖୋଲିବ ସେଲ୍‌ଫ ଡିଫେନ୍ସ କ୍ଲବ

ଭୁବନେଶ୍ବର: କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲ୍‌ଫ ଡିଫେନ୍ସ କ୍ଲବ। ରାଜ୍ୟରେ ଥିବା ପ୍ରତି ଯୁକ୍ତ ତିନି କଲେଜରେ ଖୋଲିବ ଆତ୍ମରକ୍ଷା ପାଇଁ କ୍ଳବ୍ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷମାନଙ୍କୁ ଚିଠି ହୋଇଛି ।

ଏହି କ୍ଲବରେ ଛାତ୍ରୀଙ୍କୁ ଆତ୍ମରକ୍ଷା ପାଇଁ ବିଭିନ୍ନ ପ୍ରକାର କୌଶଳ ଶିଖାଯିବ । ଯାହାଦ୍ବାରା ଛାତ୍ରୀମାନେ ବିପଦ ସମୟରେ ନିଜେ ନିଜର ସୁରକ୍ଷା କରିପାରିବେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦୦ କଲେଜ ମଧ୍ୟରେ ରହିଛି ୪୩ ସରକାରୀ କଲେଜ ଏବଂ ୧୫୨ଟି ଆଡେଡ୍ କଲେଜ । ଏଥିପାଇଁ କଲେଜ ଗୁଡ଼ିକରେ ସେଲ୍‌ଫ ଡିଫେନ୍ସ କ୍ଲବ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ସେଲ୍‌ଫ ଡିଫେନ୍ସ କ୍ଲବର ସଂଯୋଜକ ନିଯୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉପ-ସଚିବଙ୍କ ପକ୍ଷରୁ କଲେଜର ସମସ୍ତ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ଏଥିସହ ସଂଯୋଜକଙ୍କ ନାଁ ସମେତ କଲେଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆସନ୍ତା ଜାନୁଆରୀ ୨୨ ସୁଦ୍ଧା ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଦ୍ବନ୍ଦ୍ବ ଉପୁଜିଲେ, ସେଲ୍‌ଫ ଡିଫେନ୍ସ କ୍ଲବ ରାଜ୍ୟ ଉପଦେଷ୍ଟା ଡକ୍ଟର ନିବେଦିତା ଜେନାଙ୍କୁ ଯୋଗାଯୋଗ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Comments are closed.