Latest Odisha News

ଭାଙ୍ଗିବ ମୋରାରଜୀ ଦେସାଇଙ୍କ ରେକର୍ଡ, ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚଳିତ ଥରର ବଜେଟ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବନି। ତେବେ ହେଉଛି କ୍ରମାଗତ ଭାବରେ ପାଞ୍ଚ ଥର ପୂର୍ଣ୍ଣାଙ୍ଗ ବଜେଟ୍‌ ଏବଂ ଥରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବାରେ ଦେଶର ଦ୍ବିତୀୟ ଅର୍ଥ ମନ୍ତ୍ରୀ ହେବେ ନିର୍ମଳା ସୀତାରମଣ । ସେ ଲଗାତାର ଷଷ୍ଠ ଥର ବଜେଟ ଉପସ୍ଥାପନ କରିବେ। ତେବେ ସେ ମୋରାରଜୀ ଦେସାଇଙ୍କ ପୂର୍ବ ରେକର୍ଡ ଭାଙ୍ଗିବେ ବୋଲି କୁହାଯାଉଛି।

ପୂର୍ବରୁ ମନମୋହନ ସିଂହ, ଅରୁଣ ଜେଟଲୀ, ପି ଚିଦମ୍ବରମ ଏବଂ ଯଶବନ୍ତ ସିହ୍ନାଙ୍କ ଭଳି ପୂର୍ବ ଅର୍ଥମନ୍ତ୍ରୀଙ୍କ ରେକର୍ଡ ମଧ୍ୟ ପଛରେ ପକାଇଛନ୍ତି। ଏମାନେ ଲଗାତାର ପାଞ୍ଚଥର ବଜେଟ ଉପସ୍ଥାପନ କରିଥିଲେ। ଏହି ଅନ୍ତରୀଣ ବଜେଟ୍‌ରେ ଏପ୍ରିଲ-ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ଅଟକଳ ହେବ। ଜୁନ୍‌ କିମ୍ୱା ଜୁଲାଇ ବେଳକୁ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଣିବେ ନୂତନ ସରକାର।

ସାଧାରଣତଃ ଅନ୍ତରୀଣ ବଜେଟରେ ପ୍ରମୁଖ ନୀତିଗତ ଘୋଷଣା ହୋଇନଥାଏ। ମୋଦି ସରକାର ୨୦୧୪-୧୫ରୁ ୨୦୧୮-୧୯ ପର୍ଯ୍ୟନ୍ତ ଲଗାତାର ପାଞ୍ଚ ଥର ବଜେଟ୍‌ ଆଗତ କରିଛି। ୨୦୧୭ରେ ସରକାର ଫେବ୍ରୁଆରୀର ଶେଷ କାର୍ଯ୍ୟଦିବସ ବଦଳରେ ୧ ତାରିଖରେ ବଜେଟ୍‌ ଉପସ୍ଥାପନ କରିବାକୁ ନିର୍ଣ୍ଣୟ କରିଥିଲେ।

Comments are closed.