Latest Odisha News

BREAKING NEWS

ଜାଣନ୍ତୁ, ବାୟୁସେନା ପାଇଁ କାହିଁକି ଖାସ୍ ଲଢୁଆ ରାଫେଲ୍…

ନୂଆଦିଲ୍ଲୀ: ଏୟାରଫୋର୍ସର ୮୭ତମ ପ୍ରତିଷ୍ଠା ଅବସରରେ ବାୟୁସେନାରେ ସାମିଲ ହୋଇଛି ରାଫେଲ୍ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ।

ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ରପୂଜା ପରେପରେ ୨ଟି ସିଟ୍ ବିଶିଷ୍ଟ ଏହି ଲଢୁଆ ବିମାନକୁ ଗ୍ରହଣ କରିବା ସହିତ ଉଡାଣ ଭରିଥିଲେ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତୀୟ ବାୟୁ ସେନାର ଆବଶ୍ୟକତା ଆଧାରରେ ଏହି ରାଫେଲରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ବାୟୁସେନା ପାଇଁ କାହିଁକି ଖାସ୍ ରାଫେଲ୍ ବିମାନ, ଜାଣନ୍ତୁ

  • ଏହି ରାଫେଲ୍ ବିମାନ ୧ ମିନିଟରେ ୬୦ ହଜାର ଫୁଟ୍ ଉଚ୍ଚକୁ ଗତି କରିବାର କ୍ଷମତା ରଖୁଥିବା ବେଳେ ଏହାର ଇନ୍ଧନ କ୍ଷମତା ୧୭ ହଜାର କିଲୋଗ୍ରାମ୍ ରହିଛି ।
  • ଋାଫେଲ ମଲ୍ଟିରୋଲ୍ ଫାଇଟର୍ ଏୟାରକ୍ରାଫ୍ଟ୍ ଅଟେ ଏବଂ ଏହାର ଆକାର ସୁଖୋଇ ବିମାନ ଠାରୁ ଛୋଟ ହୋଇଥିବା ଯୋଗୁଁ ବ୍ୟବହାର ସହଜ ହୋଇଥାଏ ।
  • ମନୁଷ୍ୟର ଦୃଷ୍ଟିଶକ୍ତି କ୍ଷମତା ଠାରୁ ଅଧିକ ତଥା ୧୫୦ କିମି.ରୁ ଅଧିକ ଦୂର ଟାର୍ଗେଟ କରିପାରିବ ଏହା, ଏପରିକି ଆକାଶମାର୍ଗରୁ ସ୍ଥଳ ଭାଗକୁ ମଧ୍ୟ ଟାର୍ଗେଟ କରିବାର କ୍ଷମତା ରହିଛି ।
  • ଏହି ଲଢୁଆ ବିମାନ ୨୪,୫୦୦ ରୁ ଅଧିକ ଓଜନ ବୋହିବାର କ୍ଷମତା ଧାରଣ କରିଛି ।
  • ଏହା ଘଣ୍ଟା ପ୍ରତି ୨୨୨୩ କିମି. ସ୍ପିଡରେ ଉଡି ପାରିବ ଏବଂ ୬୦ ଘଣ୍ଟାର ଅତିରିକ୍ତ ସମୟ ଉଡିପାରୁଥିବା ବିମାନ ।
  • ସ୍କେଲ୍ପ ମିସାଇଲର ରେଞ୍ଜ ୩୦୦ କିମି. ଏବଂ ଏଥିରେ ଅସ୍ତ୍ରଶସ୍ତ୍ରର ଷ୍ଟୋରେଜ୍ ପାଇଁ ରହିଛି ପାଖାପାଖି ୬୦୦ ମାସର ଗ୍ୟାରେଣ୍ଟି ।
Leave A Reply

Your email address will not be published.