Latest Odisha News

BREAKING NEWS

ଖୋର୍ଦ୍ଧାରେ ହାତୀ ଆତଙ୍କ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗ୍ରାମ ନିକଟରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ମଧ୍ୟକୁ ପାଖାପାଖି ୯ରୁ ଅଧିକ ହାତୀ ପଲ ପ୍ରବେଶ କରିବା ସହ ଫସଲ ନଷ୍ଟ କରିଥିଲେ । ସେହି ହାତୀ ପଲ ମଧ୍ୟରୁ ଗୋଟିଏ ହାତୀ ଦଳରୁ ଅଲଗା ହୋଇ ସ୍ଥାନୀୟ ଏକ ଫାର୍ମ ହାଉସ୍ ମଧ୍ୟରେ ପଶିଯାଇଥିଲା ।

ଅନ୍ୟପକ୍ଷରେ ଦୁର୍ଭାଗ୍ୟବଶତଃ ଫାର୍ମ ହାଉସର ଜଣେ ବ୍ୟକ୍ତି ହାତୁ ହାବୁଡରେ ପଡିଯାଇଥିଲେ । ପରେ ହାତୀ ଆକ୍ରମଣରେ ତାଙ୍କର ଗୋଡ ଓ ପିଠିରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡିଛି ।

ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.