Latest Odisha News

BREAKING NEWS

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ, ସିଲ ଅଞ୍ଚଳରେ ଏଏସଆଇ ସର୍ଭେ ଦାବି 

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ। ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଆବେଦନ। ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା। ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଉଲ୍ଲେଖ ରହିଛି। କାରଣ ହିନ୍ଦୁ ପକ୍ଷର କହିବା କଥା ଯେ ସର୍ଭେ ପରେ ହିଁ ପ୍ରକୃତ ସତ ସାମ୍ନାକୁ ଆସିପାରିବ। ହିନ୍ଦୁ ପକ୍ଷ କୋର୍ଟକୁ ୧୯ ମେ ୨୦୨୩ ରେ ଦିଆଯାଇଥିବା ଆଦେଶକୁ ପରିବର୍ତ୍ତନ କରିବାକୁ କହିଛନ୍ତି।

ଏହା ସହିତ ପରିସରରେ ନିର୍ମିତ ନୂତନ କୃତ୍ରିମ କାନ୍ଥ ଏବଂ ଛାତଗୁଡ଼ିକୁ ହଟାଇବା ପରେ ହିଁ ଏହି ସର୍ଭେ କରାଯାଉ ବୋଲି ଆବେଦନ କରିଛନ୍ତି। ଏହା ବ୍ୟତୀତ ଖନନ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଅନ୍ୟ ସିଲ୍ ହୋଇଥିବା ସ୍ଥାନରେ ସର୍ଭେ କରାଯିବା ଉଚିତ ଏବଂ ରିପୋର୍ଟ କୋର୍ଟକୁ ଦିଆଯିବା ଉଚିତ୍।

Comments are closed.