Latest Odisha News

BREAKING NEWS

ପୁରୀ ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ଗୁରୁବାର ସକାଳେ ଭାସିଯାଉଥିବା ବେଳେ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ ।

ଉକ୍ତ ପର୍ଯ୍ୟଟକଙ୍କ ନାମ ଲୀଳାବତି ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ଗଭୀର ଜଳରେ ଭାସିଯାଇଥିଲେ । ଏହି ସମୟରେ ପାଖରେ ଥିବା ଲାଇଫ୍ ଗାର୍ଡ ତୁରନ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ଲାଗି ଲାଗିପଡିଥିଲେ । ପରେ ଏକ ଟ୍ୟୁବ୍ ଏବଂ ଅନ୍ୟ ଉପକରଣ ସାହାର୍ଯ୍ୟରେ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସେମାନେ କୂଳକୁ ଆଣିପାରିଥିଲେ ।

ସମ୍ପୃକ୍ତ ପର୍ଯ୍ୟଟକ ସୁସ୍ଥ ଥିବାବେଳେ ଏହି ସମସ୍ତ ଘଟଣାକୁ ପାଖରେ ଥିବା ଅନ୍ୟମାନେ ନିଜ କ୍ୟାମେରାରେ କଏଦ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.