Latest Odisha News

ଶ୍ରୀଦେବୀ ମୃତ୍ୟୁ ମାମଲା, ସିବିଆଇ ଚାର୍ଜସିଟରେ ଭୁବନେଶ୍ବରର ୟୁଟ୍ୟୁବର

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ତଳେ ଦୁବାଇରେ ବାଥଟବରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଭୁବନେଶ୍ୱରସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତି ମିଥ୍ୟା ଦାବି କରି ଏକ ଭିଡିଓ ତିଆରି କରିଥିଲେ। ଯାହା ବିବାଦକୁ ଆସିଥିଲା। କିନ୍ତୁ ଭିଡିଓର ଯେଉଁସବୁ ଦସ୍ତାବିଜଦର୍ଶାଯାଇଥିଲା ତାହା ମିଛ ବୋଲି ସିବିଆଇ ଅନୁଭବ କରିବା ପରେ ଏହି ୟୁଟ୍ୟୁବରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।

ଶ୍ରୀଦେବୀଙ୍କ ମୃତ୍ୟୁ ଭାରତ ଓ ୟୁଏଇ ସରକାରଙ୍କ ମଧ୍ୟରେ ଲୁଚାଉଥିବା ଦାବିକୁ ସମର୍ଥନ କରି ତିଆରି ହୋଇଥିଲା। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନକଲି ଚିଠି, ସୁପ୍ରିମକୋର୍ଟ ସମ୍ବନ୍ଧୀୟ ଦସ୍ତାବିଜ ଏବଂ ୟୁଏଇ ସରକାରଙ୍କ ରେକର୍ଡକୁ ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି। ଯାହାକୁ ସିବିଆଇ ଚାର୍ଜସିଟରେ ଦାଖଲ କରିଛି।

ମୁମ୍ବାଇର ଆଇନଜୀବୀ ଚାନ୍ଦନୀ ଶାହଙ୍କ ଅଭିଯୋଗ କ୍ରମେ ସିବିଆଇ ଗତବର୍ଷ ପିନିତି ଏବଂ ତାଙ୍କ ଓକିଲ ଭରତ ସୁରେଶ କାମାଥଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଯାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଏଜେନ୍ସିକୁ ପଠାଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ ପ୍ରାୟୋଜିତ ବୋଲି ଅଭିଯୋଗ କରି ପିନିତି ଏବେର ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ଓକିଲ ଶାହା ଅଭିଯୋଗ କରିଥିଲେ।

ଶ୍ରୀଦେବୀ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ  ଅଂଶଗ୍ରହଣ କରୁଥିବା ପିନିତି ପିଟିଆଇକୁ କହିଛନ୍ତି ଯେ ସେ ସିବିଆଇର ଚାର୍ଜସିଟକୁ ନେଇ ବିଶ୍ୱାସ କରିପାରୁନାହାନ୍ତି। ସେ କହିଛନ୍ତି ଯେ ସିବିଆଇ ତାଙ୍କ ବୟାନ ରେକର୍ଡ କରିନାହିଁ ଏବଂ ଅଭିଯୋଗ ହେବା ପରେ ପ୍ରମାଣ ଅଦାଲତକୁ ଦିଆଯିବ। ସିବିଆଇ ଯେଉଁ କର୍ତ୍ତୃପକ୍ଷଙ୍କ ଅଧୀନରେ ଆସୁଛି ସେମାନଙ୍କ ବିରୋଧରେ ଆପତ୍ତିଜନକ ତଥ୍ୟ ଆସିଥିବାରୁ ପ୍ରମାଣ ସଂଗ୍ରହ କରିବା ପାଇଁ ସିବିଆଇ ଏପରି କରିଛି ବୋଲି ସେ କହିଛନ୍ତି।

ଡିସେମ୍ବର ୨ ତାରିଖରେ ସିବିଆଇ ପିନିତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଚଢ଼ାଉ କରି ଫୋନ୍ ଓ ଲାପଟପ୍ ଜବତ କରିଥିଲା। ସିବିଆଇ ପିନିତି ଓ କାମାଥଙ୍କ ବିରୋଧରେ ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ସମେତ ବିଭିନ୍ନ ଅପରାଧରେ ମାମଲା ରୁଜୁ କରିଛି।

Comments are closed.