Latest Odisha News

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ, ସ୍ଵଚ୍ଛତା ନେଇ ଉଠିଲା ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କରି ଧରା ହେଲେ ପିଅନ। ଚୋରି କରିଥିବା ପିଅନ ଜଣକ ହେଲେ ପ୍ରଦୀପ୍ତ କୁମାର ମହାପାତ୍ର। ପ୍ରାୟ ସପ୍ତାହେ ପାଇଁ ସେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ। ସିସିଟିଭି ଫୁଟେଜରୁ ତାଙ୍କ ଚୋରି ଧରାପଡ଼ିଥିଲା। ତାଙ୍କ ଠାରୁ ୩୫ ହଜାର ଟଙ୍କା ଜବତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଜେରା କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ନିଲମ୍ବନ କରାଯିବା ସହ ସିଂହଦ୍ୱାର ଥାନାରେ ତାଙ୍କ ନାଁରେ ଏତଲା ଦିଆଯାଇଛି। ଡ୍ୟୁଟି କରୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସେ ଟଙ୍କା ଚୋରି କରିଛନ୍ତି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।ଶ୍ରୀମନ୍ଦିର ହୁଣ୍ଡି ଗଣତି ନିମନ୍ତେ ସ୍ଥାୟୀ କର୍ମଚାରୀ ମୁତୟନ କରା ନଯିବା ଓ ହୁଣ୍ଡି ଗଣତିରେ ସ୍ଵଚ୍ଛତା ରକ୍ଷା ନିମନ୍ତେ ଗୁରୁତ୍ୱ ଦିଆଯାଉ ନଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.