Latest Odisha News

କବିତା : ଅନୁରାଗ

ମଞ୍ଜୁଲତା ସାହୁ

ଆଉ ଥରେ କେବେ ଆସ ଯଦି ପ୍ରିୟ
ମୋ ପ୍ରେମର ସହରକୁ,
ଆଣିଥିବ କିଛି, ଅଧିକ ଆୟୁଷ
ତୁମ ନାଁରେ ବଞ୍ଚିବାକୁ…!!

ଆଣିଥିବ ସାଥେ ବନ୍ଧନ ଡୋରୀଟେ
ସିନ୍ଦୁର ଓ ଶଙ୍ଖା ଦୁଇ,
କିଛି ପ୍ରତିଶ୍ରୁତି କିଛି ମିଠା ରାତି
ମିଶି ବିତାଇବା ପାଇଁ…!!

ଛାତିରେ ଛାତିଏ ଦମ୍ଭ ରଖିଥିବ
ହୃଦେ ରଖି କିଛି ପ୍ରେମ
ସୁଖ ଦୁଃଖ ଅଧା ଅଧା ବାଣ୍ଟିବାକୁ
ଆଣିଥିବ ଗୋଟେ ମନ…!!

ଜୋଛନା ପଖଳା ଶିଶିରରେ ଭିଜା
ଶିହରିତ ଥିବ ତନୁ,
ସ୍ନିଗ୍ଧ ସ୍ପର୍ଶେ ଯେହ୍ନେ ଅନନ୍ତ ଯୁଗର
ଅବସାଦ ଯିବ ମନୁ…!!

ଅସରନ୍ତି ସ୍ବପ୍ନ ଆଖିରେ ସାଇତି
ଓଠରେ ଧିର କମ୍ପନ,
କରୁଥିବ ଆଡ ମୋ ମନର ପୀଡ଼ା
ଦେଇ ହୃଦ ଆଲିଙ୍ଗନ …!!

ହୃଦୟରେ ଟିକେ ଶୂନ୍ୟସ୍ଥାନ ନିଶ୍ଚେ
ଆଣିଥିବ ମୋ ପାଇଁ,
ଜଣଙ୍କୁ ଜଣଠୁ ଫେଡିଲେ ଯେମିତି
କେହି ବି ରହିବା ନାହିଁ…!!

ନିନ୍ଦାର ନୁପୁର ଅୟୁତ ଚୁମ୍ବନ
ଥିବ ଅସରନ୍ତି ପଥ,
ନିସର୍ତ୍ତ ରହିବ ସସ୍ରଜନ୍ମ ଭାବ
ବନ୍ଧନରୁ ବଇକୁଣ୍ଠ…!!

Comments are closed.