Latest Odisha News

BREAKING NEWS

କେମିତି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହେଲା, ମନ୍ତ୍ରୀଙ୍କଠୁ ଜବାବ ମାଗିଲା ଏବିଭିପି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପରିଚାଳନାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କର୍ମୀ ରବିବାର ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ। ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ କଳା ପତାକା ଦେଖାଇଥିଲେ। ତେବେ ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ କର୍ମୀଙ୍କୁ ଅଟକାଇଥିଲା। କିଛି ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି।

ଇଂରାଜୀ ପ୍ରଶ୍ନପତ୍ର ଲିକ୍ ପଛର କାରଣ ସମ୍ପର୍କରେ ବିକ୍ଷୋଭକାରୀମାନେ ମନ୍ତ୍ରୀଙ୍କ ଠାରୁ ଜବାବ ମାଗିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସକାଳ ୮ଟା ୩୬ମିନିଟରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପରୀକ୍ଷା ପୂର୍ବରୁ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହୋଇ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ପରୀକ୍ଷାରେ ସମାନ ପ୍ରଶ୍ନପତ୍ର ପଡିଥିବା ଜଣାପଡିଥିଲା। ଗତ ୨୩ ବର୍ଷ ଧରି ଓଡ଼ିଶାରେ ସରକାର ଶାସନ କରୁଥିଲେ ହେଁ ସବୁ ପରୀକ୍ଷା ସମୟରେ ବିଭିନ୍ନ ପ୍ରକାର ସମସ୍ୟା କ୍ରମାଗତ ଭାବେ ଉପୁଜୁଛି ବୋଲି ଏବିଭିପି ଅଭିଯୋଗ କରିଛି।

୫ଟି ପଛର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁର୍ନୀତି। ଗତ ୭ ବର୍ଷ ଧରି ଲଗାତାର ପ୍ରଶ୍ନପତ୍ର ଲିକ୍ ହେଉଛି। ଓଡ଼ିଶା ସରକାର ଏହି କାରବାରରେ ସାମିଲ ଅଛନ୍ତି। ମନ୍ତ୍ରୀମାନେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଦାସ ପାଲଟିଯାଇଛନ୍ତି। ଏ ସଂକ୍ରାନ୍ତରେ ଆମେ ମନ୍ତ୍ରୀଙ୍କ ଠାରୁ ଜବାବ ମାଗିବାକୁ ଆସିଛୁ। ବଡ଼ ଘଟଣା ସତ୍ତ୍ୱେ ମନ୍ତ୍ରୀ ଗୋଟିଏ ଶବ୍ଦ ବି କହିନଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିକ୍ଷୋଭକାରୀ କହିଛନ୍ତି। ତେବେ ପ୍ରଶ୍ନପତ୍ର ଲିକ୍ ଖବରକୁ ଗତକାଲି ବୋର୍ଡ ତରଫରୁ ଖାରଜ କରାଯାଇଥିଲା।

Comments are closed.