Latest Odisha News

ନିଲମ୍ବନ ଆଦେଶ ଉଠିଥିଲେ ବି ଚିରଞ୍ଜୀବୀ ବିଶ୍ବାଳଙ୍କ ମନରେ ରହିଛି ଅସନ୍ତୋଷ?

ଜଗତସିଂହପୁର: ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ ଚିରଞ୍ଜୀବୀ ବିଶ୍ବାଳଙ୍କୁ ନେଇ ଜିଲ୍ଲାରେ ଭିନ୍ନ ଚର୍ଚ୍ଚା। ଅନ୍ତିମ ନିର୍ବାଚନରେ ହାରିବା ପରେ ରବିବାର ଜିଲ୍ଲାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ହେଲେ ଆୟୋଜନ ସ୍ଥଳରେ ଯଦିଓ ତାଙ୍କର ଫଟୋ ରହିଥିଲା ହେଲେ ତାଙ୍କ ଦଳ କଂଗ୍ରେସର ଚିହ୍ନ ବର୍ଣ୍ଣ ନଥିବାରୁ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ନିକଟରେ ତାଙ୍କୁ କଂଗ୍ରେସ ନିଲମ୍ବନ କରିଥିଲା । ଯଦିଓ ଏବେ ତାଙ୍କ ଉପରୁ ଏହି ନିଲମ୍ବନ ପ୍ରତ୍ୟାହାର ହୋଇସାରିଛି କିନ୍ତୁ କଂଗ୍ରେସ ଭବନରେ ତାଙ୍କର ସକ୍ରିୟତା ସେତେଟା ନାହିଁ। ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେବା ପୂର୍ବରୁ ସେ ବିଜୁ ଜନତା ଦଳରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ହଠାତ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବା ପରେ ଏହି ଚର୍ଚ୍ଚା ଥମିଯାଇଥିଲା। କିନ୍ତୁ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ହାତ ନରହିବା ବାପି ବାବୁଙ୍କ ମନରେ ଯେ ଦଳ ପ୍ରତି ଅସନ୍ତୋଷ ରହିଛି ତାହାକୁ ନେଇ ଆଲୋଚନା ହେଉଛି।

ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ପଚାରିଥିଲେ ସେ ଆଗାମୀ ନିର୍ବାଚନ ଲଢିବେ କି ନାହିଁ ସେ କହିଥିଲେ, ସମୟ ଆସିଲେ ସବୁ ସ୍ପଷ୍ଟ ହୋଇଯିବ। କେଉଁ ଦଳରୁ ନିର୍ବାଚନ ଲଢିବେ ପ୍ରଶ୍ନକୁ ମଧ୍ୟ ସେ ସିଧା ଉତ୍ତର ନଦେଇ ସମୟ ଆସିଲେ ସ୍ପଷ୍ଟ ହେବ କହି ଆଡେଇ ଦେଇଥିଲେ। ପରେ କିନ୍ତୁ କହିଛନ୍ତି, ତାଙ୍କ ଉପରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କୁ ଦଳ ପ୍ରତି କାମ କରିବାକୁ କହିଥିବା କହିଥିଲେ ବୋଲି ସେ କହିଛନ୍ତି। ହେଲେ କେଉଁ କାରଣ ପାଇଁ ନିଲମ୍ବିତ ହୋଇଥିଲେ ବୋଲି ସେ ପଚାରିଥିବା ପ୍ରଶ୍ନର ଉତ୍ତର ଏଯାବତ ପାଇ ନାହାନ୍ତି ବୋଲି ଚିରଞ୍ଜୀବୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେ ପିସିସି ସଭାପତିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ।

Comments are closed.