Latest Odisha News

BREAKING NEWS

ଆନ୍ତର୍ଜାତୀୟ ଟି୨୦ରେ ଦ୍ରୁତ ଶତକ ହାସଲ କଲେ ନାମ୍ବିଆର ନିକୋଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ନାମ୍ବିଆର ୟାନ ନିକୋଲ ଲଫଟି ଇଫଟନ ଦ୍ରୁତ ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ କୁଶଳ ମଲ୍ଲାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କୀର୍ତିପୁର ତ୍ରିଭୂବନ ୟୁନିଭରସିଟି ଇଂଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ନେପାଳ ବିପକ୍ଷ ମୁକାବିଲାରେ ଲଫଟି ଇର୍ଟନ ୩୩ ବଲରେ ବିସ୍ଫୋରକ ୧୦୧ ରନ କରିଛନ୍ତି । ସଂଯୋଗବଶତଃ ନାମ୍ବିଆ ବିପକ୍ଷରେ କୁଶଳ ୩୪ ବଲରେ ଶତକ ମାରିଥିଲେ । ଲଫଟି ତାଙ୍କ ଇନିଂସରେ ୧୧ ଚୌକା ଓ ୮ ଛକା ମାରିଥିବା ବେଳେ ତାଙ୍କ ଷ୍ଟ୍ରାଇକ ରେଟ ୨୮୦.୫୬ ରହିଥିଲା । ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ବାଂଲାଦେଶ ବିପକ୍ଷରେ ଓ ରୋହିତ ଶର୍ମା ଶ୍ରୀଲଙ୍କା ବିରୋଧରେ ୩୫ ବଲରେ ଶତକ ହାସଲ କରିଛନ୍ତି ।

ନାମ୍ବିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୨୦୬ ରନ କରିଥିଲା । ଜବାବରେ ନେପାଳ ଟିମ ୧୮.୫ ଓଭରରେ ୧୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ନେଦରଲାଣ୍ଡ, ନେପାଳ ଓ ନାମ୍ବିଆକୁ ନେଇ ଏହି ଟି୨୦ ସିରିଜ ଆୟୋଜିତ ହେଉଛି । ଫେବୃୟାରୀ ୨୮ରେ ନେଦରଲାଣ୍ଡକୁ ଭେଟିବ ନାମ୍ବିଆ । ଫାଇନାଲ ମ୍ୟାଚ ମାର୍ଚ୍ଚ ୫ରେ ଖେଳାଯିବ ।

Comments are closed.