ଭୁବନେଶ୍ବର: ଚଳିତବର୍ଷ ଫେବୃଆରୀ ମାସରେ ଓଡ଼ିଶା ୫୧୩୫.୮୧ କୋଟି ଟଙ୍କା ମୋଟ ଜିଏସଟି ଆଦାୟ କରିଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବୃଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି । ଚଳିତ ଆାର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ହୋଇଥିବା ମୋଟ ଜିଏସଟିକୁ ସଂଗ୍ରହ ପରିମାଣକୁ ବିଚାରକୁ ନେଲେ କୁହାଯିବ କି ଗତ ଆର୍ଥିକ ବର୍ଷ ତୁଳନାରେ ୧୧.୦୭ ପ୍ରତିଶତ ଅଭିବୃଦ୍ଧି ସହ ୪୯୬୩୮.୬୪ କୋଟି ଟଙ୍କା ସଂଗୃହୀତ ହୋଇଛି । ସେହିପରି ରାଜ୍ୟ ଜିଏସଟି ଓ ସମନ୍ବୟ ଜିଏସଟି ଫଇସଲା ବାବଦକୁ ଚଳିତ ବର୍ଷ ଫେବୃଆରୀ ମାସରେ ଓଡ଼ିଶା ୨୨୯୫.୪୧ କୋଟି ଟଙ୍କା ପାଇଥିବା ବେଳେ ଗତବର୍ଷ ଫେବୃଆାରୀ ମାସରେ ରାଜ୍ୟ ସଂଗ୍ରହ କରିଥିଲା ୧୬୭୩.୯୬ କୋଟ ଟଙ୍କା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୭.୧୨ ପ୍ରତିଶତ । ଚଳତି ଆର୍ଥକି ବର୍ଷ ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ଜଏିସଟି ଓ ସମନ୍ବିତି ଜଏିସଟି ବାବଦକୁ ହୋଇଥିବା ସଂଗ୍ରହ ପରିମାଣ ୨୧୮୪୬.୫୫ କୋଟି ଟଙ୍କା ରହିଥିବ ବେଳେ ଗତ ଆର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ଏହି ସଂଗ୍ରହ ରାଶିଥିଲା ୧୬୭୧୦.୩୪ କୋଟି ଟଙ୍କା । ଫଳରେ ଏ ବାବଦରେ ୩୦.୭୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇପାରିଛି ।ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରେଟ ଦ୍ଵାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା ରାଜ୍ୟ ଜିଏସଟି/ସମନ୍ବିତ ଜିଏସଟି ଫଇସଲା । ଭାଟ ବୃତ୍ତଗିତ କର ଆଦିକୁ ଯଦି ବିଚାରକୁ ନିଆଯାଏ, ତେବେ ଦେଖାଯିବଯେ ଚଳିତ ଆର୍ଥିକ ବର୍ଷ ଫେବୃଆରୀ ମାସରେ ଏ ସମସ୍ତ ଟିକସ ବ୍ୟବସ୍ଥା ଅଧିନରେ ୩୪୭୦.୭୫ କୋଟି ଟଙ୍କା ସଂଗୃହୀତ ହୋଇଛି ।
BREAKING NEWS
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ
- ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି
- ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି
- ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’
- Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ
- ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ ସ୍ଥିର ରଖିବାରେ ସଫଳ
- ଜାପାନର ୧୧ ବର୍ଷୀୟ ଇ-ସ୍ପୋର୍ଟସ୍ ଖେଳାଳି ୟୁକି କୁରିହାରା ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ଇତିହାସ
- Spurious liquor:ମଦ୍ୟପାନ ନିଷିଦ୍ଧ ରାଜ୍ୟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ଗଲା ଜୀବନ
- ଏସୀୟ କ୍ରୀଡ଼ା ୨୦୨୬: କବାଡ଼ିରେ ଭାରତକୁ ଡବଲ ସ୍ୱର୍ଣ୍ଣ

Comments are closed.