ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା । କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ଏସଟଏଫ। ଗିରଫ ପରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଚିତାବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ପଠାଯିବା ନେଇ ସୂଚନା ରହିଛି। ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି । ରବିବାର ରାତିରେ ଜିଲ୍ଲାର ଫିରିଙ୍ଗିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ମଣିପଦର ଗାଁରେ ଚିତାବାଘ ଛାଲ ବିଷୟରେ ଖବର ପାଇ ଏସଟିଏଫର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଚଢ଼ାଉ କରିଥିଲା । ବାଘ ଛାଲ ସହ ଅଭିଯୁକ୍ତକୁ ଧରିଥିଲା ।
BREAKING NEWS
- ମନେପଡ଼ିଯାଉଛି ସେ କରାଳ ଦିନ, ସମାନ ଦିନରେ ପୁଣି ଆଉ ଏକ ଟ୍ରେନ ଦୁର୍ଘଟଣା
- ଆଜି ମୋଦିଙ୍କ ମାରାଥନ ବୈଠକ: ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା ବୈଠକ
- ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା
- ଆଜି ପୁଣି ଜେଲ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
- ରାଜଧାନୀରେ ସିରିଜ ଦୁର୍ଘଟଣା:୨ ଜଣ ଆହତ
- ଟି-୨୦ ବିଶ୍ୱ କପ୍ : କାନାଡାକୁ ୭ ୱିକେଟରେ ହରାଇଲା ଆମେରିକା
- ଯଶସ୍ବୀ ମେଧାବୃତ୍ତି: ସିଏସରେ ବିଶ୍ୱବିଦ୍ୟାଳୟ ଟପ୍ପର ନମ୍ରତା ବେହେରା
- ଅରୁଣାଚଳ ପ୍ରଦେଶରେ ବଡ଼ ବିଜୟ ଅଭିମୁଖେ ବିଜେପି
- କିଟ୍ ଓ କିସ୍ ଏଫ୍ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସହଯୋଗୀ
- ମୌଖିକ ଭାବରେ ପ୍ରକାଶ କରି ପାରିନଥିବା ଭାବ ମୋ ହାତରେ କଲମ ଧରାଇ ଦେଲା : ବିଶ୍ଵଜିତ୍ ରାଉତ