ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା । କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ଏସଟଏଫ। ଗିରଫ ପରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଚିତାବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ପଠାଯିବା ନେଇ ସୂଚନା ରହିଛି। ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି । ରବିବାର ରାତିରେ ଜିଲ୍ଲାର ଫିରିଙ୍ଗିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ମଣିପଦର ଗାଁରେ ଚିତାବାଘ ଛାଲ ବିଷୟରେ ଖବର ପାଇ ଏସଟିଏଫର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଚଢ଼ାଉ କରିଥିଲା । ବାଘ ଛାଲ ସହ ଅଭିଯୁକ୍ତକୁ ଧରିଥିଲା ।
BREAKING NEWS
- ୧୪ ବର୍ଷ ପରେ ସିରିଆରେ ପୁଣି ଖୋଲିବ ଆମେରିକୀୟ ଦୂତାବାସ! ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ..
- CRPF bulletproof vehicle falls: କେନାଲରେ ଖସି ପଡ଼ିଲା CRPF ଯବାନଙ୍କ ବୁଲେଟପ୍ରୁଫ୍ ଗାଡ଼ି, ୭ ଯବାନ ଆହତ
- Let ଟାର୍ଗେଟରେ ଲାଲକିଲ୍ଲା; ଆଲର୍ଟରେ ସୁରକ୍ଷା ଏଜେନ୍ସି…
- ଏହି ଦିନ ଆସିବ ପିଏମ-କିଷାନର ୨୨ତମ କିସ୍ତି? ଜାଣନ୍ତୁ କେମିତି ଚେକ୍ କରିବେ ଷ୍ଟାଟସ୍ !
- ‘ଦରକାର ପଡ଼ିଲେ ଯେକୌଣସି ଦେଶକୁ ଧ୍ବଂସ କରିଦେବୁ- ଟ୍ରମ୍ପ
- ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’
- ସୁପର ଏଇଟ ମୁକାବିଲା ପୂର୍ବରୁ ଭାରତକୁ ଶକ୍ତ ଧକ୍କା, ସିରାଜ ଆଘାତପ୍ରାପ୍ତ
- ୨୬ ବର୍ଷ ପରେ ଏକତ୍ର ଅଭିନୟ କରିବେ ଜ୍ୟାକି, ଶିଳ୍ପା
- Sargun Mehta Pregnancy: ବିବାହର ୧୨ ବର୍ଷ ପରେ ରବି ଦୁବେଙ୍କ ଘରେ ପଡ଼ିବ କି କୁନି ପାଦ? ମାଆ ହେବେ ସରଗୁନ୍ ମେହେତା?
- ଆରଏସଏସର କାମ ନିଜସ୍ୱ ନୁହେଁ, ବରଂ ଦେଶର ନାମ ବଡ କରିବା: ମୋହନ ଭାଗବତ
Comments are closed.