Latest Odisha News

BREAKING NEWS

କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି, ମାର୍ଚ୍ଚ ୧୬ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢ଼ିଲା କେଜ୍ରିଓ୍ୱାଲଙ୍କ ଅଡୁଆ । ଯାଞ୍ଚ ପାଇଁ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯାହାକୁ ନେଇ କୋର୍ଟରେ ପୁଣି ଥରେ ଇଡି ଅଭିଯୋଗ କରିଛି । ଇଡିର ଦ୍ୱିତୀୟ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ସମନ ଜାରି କରିଛନ୍ତି । ମାର୍ଚ୍ଚ ୧୬ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି ।

ଏହା ପୂର୍ବରୁ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଆଠଟି ସମନ ପଠାଇ ସାରିଛି। ତେବେ ସେ ଥରେ ବି ଇଡିରେ ହାଜର ହୋଇନାହାନ୍ତି । ଜାଣିଶୁଣି କେଜ୍ରିଓ୍ୱାଲ ସମନକୁ ଏଡାଇ ଦେଉଥିବା ଅଭିଯୋଗ କରି ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହା ପୂର୍ବରୁ କେଜ୍ରିୱାଲଙ୍କ ବିରୋଧରେ ଡକାଯାଇଥିଲା । ଏକ ଅଭିଯୋଗ ମଧ୍ୟ ରୁଜୁ ହୋଇଥିଲା ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅର୍ଥ ହେରଫେର ଘଟଣାର ତଦନ୍ତ ସଂପର୍କରେ ଇଡି କେଜ୍‌ରିୱାଲଙ୍କୁ ଆଠଟି ସମନ ଜାରି କରିଛନ୍ତି । ଏହି ସମନକୁ କେଜ୍ରିଓ୍ୱାଲ ଏଡାଇଦେବା ସହ ଏହାକୁ ବେଆଇନ ବୋଲି କହିଥିଲେ, ତଥାପି ସେ ଇଡିର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଶ୍ନର ଉତ୍ତର ଦେବେ ବୋଲି କେଜ୍ରିୱାଲ କହିଥିଲେ । କିନ୍ତୁ ଭିଡିଓ କନ୍‌ଫରେନ୍ସିଂରେ ପଚରାଉଚରା କରାଯାଇପାରିବ ନାହିଁ ବୋଲି ସଫା ସଫା ମନା କରିଥିଲା ଇଡି ।

ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଅନେକ ମେତା ଗିରଫ ହୋଇ ଜେଲରେ ଅଛନ୍ତି ।

Comments are closed.