ଭୁବନେଶ୍ବର:- ଆଗାମୀ ୪ ଦିନ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ନାହିଁ । ହେଲେ ୪ ଦିନ ପରେ ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା । ଉପରମୁହାଁ ହେବ ପାରଦ । ସଝିବ ଓଡ଼ିଶା,ବଢ଼ିବ ଖରା । ଘରୁ ବାହାରିବା ଅସମ୍ଭବ ହୋଇପଡ଼ିବ, ଖରା ପ୍ରକୋପରେ ଡହଳବିକଳ ହୋଇପଡ଼ିବେ ଲୋକମାନେ । ଏଭଳି କିଛି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୧ରୁ ୧୪ ତାରିଖ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଉପକୁ ଉଠିପାରେ ପାରଦ । ତେବେ ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ପରବର୍ତନ ହେବା ନାହିଁ ବୋଲି ସୂଚନା ଦେଇଛି ଆଂଚଳିର ପାଣିପାଗ ବିଜ୍ଞାନ କେନ୍ଦ୍ର । ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ହେଲେ ୧୧ ତାରିଖ ପରଠାରୁ ଏଥିରେ ପରିବର୍ତନ ପରିଲକ୍ଷିତ ହେବ । ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢିବାରୁ ପ୍ରବଳ ତାତି ଅନୁଭୁତ ହେବାର ଆଶଙ୍କା ରହିଛି ।
BREAKING NEWS
- ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ
- କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନୂଆ ରୂପ ପାଇବ ନଦୀକୂଳ: ମୁଖ୍ୟମନ୍ତ୍ରୀ
- ପଲାଶଙ୍କ ବିରୋଧରେ ୪୦ ଲକ୍ଷର ଠକେଇ ଅଭିଯୋଗ
- ରଣଜୀ ଟ୍ରଫି: ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ
- ପୁଣି ବିଜେଡିକୁ ଫେରିବେକି ଅରବିନ୍ଦ? ବିଧାୟକଙ୍କ ନିଲମ୍ବନ ଉପରେ ପୁନର୍ବିଚାର କରାଯିବ କହିଲେ ସମର୍ଥକ…
- ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ
- ନିଟ୍-ଏମଡିଏସ୍ ଏବଂ ନିଟ୍-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା
- Universe Destruction Signs: କିଛି ନୂଆ ବିପଦର ସଂକେତ ଦେଉଛି କି ମହାକାଶ? ସୂର୍ଯ୍ୟ ପରି ତାରାର ହଠାତ୍ ମଳିନ ପଡିଗଲା ଚମକ୍, ବୈଜ୍ଞାନିକମାନେ ଦେଖିଲେ କିଛି ରହସ୍ୟମୟ ଘଟଣା…
- ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…
- ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ
Comments are closed.