ନୟାଗଡ଼:- ହାଇକୋର୍ଟରେ ଦ୍ବାରସ୍ଥ ହେଲେ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ଦୋଷୀ । କହିଲେ ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାର ନକରି ତାଙ୍କୁ ଏହି ଦଣ୍ଡାଦେଶ ଦିଆଯାଇଛି । ଅତିରିକ୍ତ ଦୌରାଜଜ ତଥା ଚିଲଡ୍ରେନ କୋର୍ଟଙ୍କ ନ୍ୟାୟକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦୋଷୀ । ସୂଚନା ଥାଉ କି ନୟାଗଡ଼ର ନାବାଳିକା ପରୀ ମାମଲାରେ ଫେବୃଆରୀ ୬ ତାରିଖରେ ରାୟ ପ୍ରକାଶ ପାଇଥିଲା । ଏଥିରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କାର ଜରିମାନା କରିଥିଲେ । ଏବେ ସେହି ରାୟକୁ ରଦ୍ଦ କରାଯାଉ ବୋଲି ହାଇକୋର୍ଟର ଦ୍ବାରସ୍ଥ ହୋଇ ଅପିଲ କରିଛନ୍ତି ଅଭିଯୁକ୍ତ । ୨୦୧୨୦ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ପରୀ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ । ଅଭିଯୁକ୍ତ କୁନି ଝିଅକୁ ଜାମୁକୋଳି ଦେବା ଆଶା ଦେଖାଇ ତାଙ୍କ ଘରକୁ ଡାକିଥିଲା । ସେଠାରେ କୁନି ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା । ନିଜ ମୁହଁରେ ଏସବୁ କରିଥିବା କହିଥିଲା ଅଭିଯୁକ୍ତ । ହତ୍ୟା ଅଭିଯୋଗରେ ୨୦୨୦ ଡିସେମ୍ବର ୨୧ ତାରିଖରେ ଗିରଫ ହୋଇଥିଲା ଆଭିଯୁକ୍ତ ।
BREAKING NEWS
- ବାରବାଟୀରେ ଖେଳାଯିବ ଆଉ ଏକ ଟି-ଟ୍ୱେଣ୍ଟି !
- ବାଲି ଖାଦାନ ପାଇଁ ଏସଓପି; ଜିଲ୍ଲା କମିଟି ନେବ ଚୂଡ଼ାନ୍ତ ନିଷ୍ପତ୍ତି
- ରୋଚକ ହେଉଛି ବିଚାରପତିଙ୍କ ଘରୁ ବିପୁଳ ଟଙ୍କା ଜବତ ମାମଲା, ହାଇକୋର୍ଟ ଦେଲେ ରିପୋର୍ଟ
- ଅଧିକ ଗରମରୁ ହୋଇପାରେ ହାର୍ଟ ଆଟାକ
- ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା
- ୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ: ଜ୍ୟୋତିଷ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, ଗର୍ଭବତୀ ମହିଳାଙ୍କ ପାଇଁ ସତର୍କତା
- ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବେ ‘ବିନୋଦ ଶୁକ୍ଳା’
- ପରିସୀମନ…ପରିଚୟକୁ ବଡ଼ ବିପଦ !
- ସାବୁନ ବିନା ଗାଧୋଇଲେ କ’ଣ ହୁଏ? ଜାଣନ୍ତୁ ଏହାର ଲାଭ ଓ କ୍ଷତି
- ଆରମ୍ଭ ହେଲା ଆଇପିଏଲ: ଶାହାରୁଖଙ୍କ ସହ ନାଚିଲେ କୋହଲି
Comments are closed.