ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ଆଇପିଏଲ ୨୦୨୪ ପରେ ଅବସର ନେଇପାରନ୍ତି । କାର୍ତିକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶେଷ ସିଜନ ଖେଳିବାକୁ ଯାଉଛନ୍ତି । ୨୦୨୨ରେ ଆରସିବି ତାଙ୍କୁ ମିନି ଅକ୍ସନରେ ୫.୫ କୋଟି ଟଙ୍କାରେ ନେଇଥିଲା । ସେ ଆନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ନେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେ ଶେଷ ଥର ପାଇଁ ଆନ୍ତର୍ଜାତୀୟ କ୍ରିକେଟ ୨୦୨୨ ଜୁଲାଇରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ । କାର୍ତିକ ୭ମ ଖେଳାଳି ଭାବେ ଏ ପର୍ଯ୍ୟନ୍ତ ଆଇପିଏଲର ସମସ୍ତ ସିଜନରେ ଖେଳିଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାୱନ, ମହେନ୍ଦ୍ର ସିଂ ଧୋନୀ, ରିଦ୍ଧିମାନ ଶାହ ଓ ମନୀଷ ପାଣ୍ଡେ ୧୬ଟି ସିଜନରେ ଖେଳି ସାରିଛନ୍ତି ।
୨୦୨୨ରେ କାର୍ତିକ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟି୨୦ ବିଶ୍ୱକପ ଟିମରେ ସାମିଲ କରାଯାଇଥିଲା । ସେ ଆଇପିଏଲରେ କିଙ୍ଗସ ଇଲେଭନ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଲାୟନ୍ସ, କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଛନ୍ତି । ସେ ଓଭରାଲ ୨୪୦ ମ୍ୟାଚରେ ୨୬ ଆଭରେଜରେ ୪୫୧୬ ରନ କରିଛନ୍ତି ।
Comments are closed.