ଭୁବନେଶ୍ବର: ଆଜି ଜାଗର,ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଧାଡିରେ ଛିଡ଼ା ହୋଇ ଓମ୍ ନମଃ ଶିବାୟ କହୁଛନ୍ତି ଭକ୍ତ । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ । ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ମହାଦେବଙ୍କ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତିି ହୋଇଛି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି କମିସନରେଟ୍ ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ୪ଟି ସିଫ୍ଟରେ ପୋଲିସ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ୫ ଅତିରିକ୍ତ ଡିସିପି, ୧୪ ଏସିପି, ୨୧ଜଣ ଆଇଆଇସି, ୮୪ ଜଣ ଏସ୍ଆଇ ଓ ଏଏସଆଇ ଓ ୯୩ ସେକ୍ସନ୍ ଫୋର୍ସଙ୍କ ଉପରେ ରହିବ ଜାଗର ସୁରକ୍ଷା ବ୍ୟବସ୍ଥା ।
BREAKING NEWS
- ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ: ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବଢୁଛି ଆତଙ୍କ
- କର୍ମକ୍ଷେତ୍ରରେ ଦୁର୍ଘଟଣା; ବ୍ରେନରୁ ଫ୍ୟାନର ଅଂଶକୁ ସଫଳତା ସହ ବାହାର କଲେ ମଣିପାଲ ହସ୍ପିଟାଲ ଡାକ୍ତର
- ୟୁଜର୍ସଙ୍କ ଆଗରେ ମୁଣ୍ଡ ନୁଆଁଇଲା ମେଟା: ପ୍ରବଳ ବିରୋଧ ପରେ ଇନଷ୍ଟାଗ୍ରାମରୁ ହଟିଲା ବିବାଦୀୟ AI ‘ମ୍ୟୁଜ୍’ ଫିଚର
- ପ୍ରଥମେ ବନ୍ଦେ ମାତରମ୍, ତା’ପରେ ଜାତୀୟ ସଙ୍ଗୀତ, ୫ ମାସ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ରର ନିର୍ଦ୍ଦେଶାନାମା ଜାରି
- CJI ଙ୍କ ଉପରକୁ ପେପର୍ ଫିଙ୍ଗିଲେ ଆବେଦନକାରୀ, କହିଲେ..
- ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
- ରଥଯାତ୍ରାକୁ ନେଇ ସକ୍ରିୟ ସାଇବର୍ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ଓ ହୋମ ନାଁରେ ଅନଲାଇନରେ ମାଗୁଛନ୍ତି ଦାନ..
- ବିଜେପି ସଭାପତିଙ୍କ ନିଜ ଏରିଆରେ ପ୍ରାର୍ଥୀ ଚୟନରେ ଅଡୁଆ, ବାଙ୍କୀପୁରରେ ନୂଆ ବିବାଦ
- ୬ ବର୍ଷ ହେଲା ହୋଇନି ଗୋଟିଏ ବି ପରୀକ୍ଷା! ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ୧୬ଟି କଲେଜକୁ କଡ଼ା ନୋଟିସ୍
Comments are closed.