ମୁମ୍ବାଇ: ନୀତେଶ ତିୱାରୀ ରାମାୟଣ ଫିଲ୍ମକୁ ଭବ୍ୟ ଆକାରରେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେତେକ ମିଡିଆ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ ସେ ରାମାୟଣକୁ ୩ଟି ପାର୍ଟରେ କରିବାକୁ ଯାଉଛନ୍ତି । ପ୍ରଥମ ଭାଗରେ ସୀତା ହରଣ ପର୍ଯ୍ୟନ୍ତ କାହାଣୀ ରହିବ । ସେ ତରବରିଆ ଭାବେ ଫିଲ୍ମ ନିର୍ମାଣ କରି ଏହାର ଗୁରୁତ୍ୱ ନଷ୍ଟ କରିବାକୁ ଚାହୁଁ ନାହାନ୍ତି । ଏହି ଫିଲ୍ମରେ ରଣବୀର କାପୁର ରାମଙ୍କ ଭୂମିକାରେ ଏବଂ ସାଇ ପଲ୍ଲବୀ ମାଆ ସୀତା ଓ ସନୀ ଦେଓଲ ହନୁମାନଙ୍କ ଚରିତ୍ରରେ ଅଭିନୟ କରିବେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ୟଶ ରାବଣଙ୍କ ଭୂମିକା କରିବେ । ପ୍ରଥମ ଭାଗରେ ସନୀଙ୍କ କାମିଓ ଭୂମିକା ରହିବ ।
ଦ୍ୱିତୀୟ ଭାଗରେ ତାଙ୍କ ଚରିତ୍ର ଉପରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ଦ୍ୱିତୀୟ ଭାଗରେ ରାମ ସେତୁ ନିର୍ମାଣ ପର୍ଯ୍ୟନ୍ତ କାହାଣୀ ରହିବ ଏବଂ ଶେଷ ଭାଗରେ ରାବଣ ଓ ବାନର ସେନାଙ୍କ ଯୁଦ୍ଧ ଏବଂ ଭଗବାନ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ଅଯୋଧ୍ୟାକୁ ଭବ୍ୟ ପ୍ରତ୍ୟାବର୍ତନ ରହିବ । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଥିଲେ ମଧ୍ୟ ଏହା ଏକ ବିଗ ବଜେଟ ଫିଲ୍ମ ହୋଇଥିବାରୁ ନୀତେଶ ପୂର୍ବରୁ ଅନେକ ଥର ତାଙ୍କ ମତ ପରିବର୍ତନ କରି ସାରିଛନ୍ତି । କଳାକାର ଚୟନ ମଧ୍ୟ ଚୂଡାନ୍ତ ହୋଇପାରି ନାହିଁ ।
Comments are closed.