ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରରେ ରହିଥାଆନ୍ତି । ଅନେକ ଥର ଶିଳ୍ପା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଟ୍ରୋଲର ଶିକାର ହୋଇଥାଆନ୍ତି । ନିକଟରେ ଶିଳ୍ପା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି । ଏମିତିକି ଶିଳ୍ପା କେବଳ ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏନେଇ ଶିଳ୍ପା ଉତ୍ତର ରଖିଛନ୍ତି ।
ଶିଳ୍ପା କହିଛନ୍ତି,‘‘ ମୁଁ ଯେତେବେଳେ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲି ସେହି ସମୟରେ ମୁଁ ୧୦୮ ତମ କନିଷ୍ଠ ଧନୀ ବ୍ରିଟିଶ ଭାରତୀୟ ଥିଲି । ମୁଁ ପୂର୍ବରୁ ଧନୀ ଥିଲି। ଆଜି ମଧ୍ୟ ଧନୀ ରହିଛି । ମୋ ନିଜ ଆୟକର ଜିଏସଟି ବିଲ୍ ମୁଁ ନିଜେ ଦିଏ ।’’
ସେ ଆହୁରି କହିଛନ୍ତି,‘‘ ରାଜ କୁନ୍ଦ୍ରାଙ୍କୁ ବିବାହ କରିବାର ଇଚ୍ଛା ମୋର ଥିଲା । ଯଦି ତାଙ୍କ ପାଖରେ ବହୁତ ଟଙ୍କା ଥିଲେ ମଧ୍ୟ ସେ ଭଲ ମଣିଷ ହୋଇ ନଥିଲେ ମୁଁ କେବେ ହେଲେ ବିବାହ କରି ନଥାଆନ୍ତି । ସେହି ସମୟରେ ବହୁତ ଧନୀ ବ୍ୟକ୍ତି ମୋତେ ବିବାହ କରିବାକୁ ଚାହୁଁଥିଲେ । ମୁଁ ଟଙ୍କା ପାଇଁ ମୋ ଜୀବନର ନିଷ୍ପତ୍ତି କେବେ ନେଇ ନାହିଁ । ’’
Comments are closed.