Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଜଙ୍ଗଲ ଜମି ବିଭାଗର ସଂଯୋଜିକା

ସମ୍ବଲପୁର:ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଲାଞ୍ଚ ନେବା ବେଳେ ଧରାପଡ଼ିଲେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବୀନ। ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।

ସୂଚନା ଅନୁଯାୟୀ, କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ନିଘତ ପରବୀନ ୨୩ ହଜାର ଟଙ୍କା ମାଗିଥିଲେ। ପ୍ରଥମ କିସ୍ତିରେ ସେ ୧୫ ହଜାର ଟଙ୍କା ନେଇଥିଲେ। ବାକି ୮ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସେ କହିଥିଲେ। ଏହାପରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ନିଘତ ପରବୀନ।

ଏହା ପରେ ଯୋଜନା ମୁତାବକ ସେ ଆଜି ବାକି ୮ ହଜାର ଟଙ୍କା ନେଇ ନିଘତ ପରବୀନଙ୍କୁ ତାଙ୍କ କାର୍ଯ୍ଯାଳୟରେ ଦେଇଥିଲେ। ନିଘତ ପରବୀନ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ପରେ ନିଘତ ପରବୀନଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Comments are closed.