ଚଣ୍ଡିଗଡ: ହରିଆଣାରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର । ଖଟ୍ଟରଙ୍କ ସହିତ ବିଜେପିର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ନାୟାବ ସିଂ ସୌନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ଯୋର ଧରିଛି ।
ନାୟାବ ସିଂ ସୌନିଙ୍କର ରାଜନୀତିରେ ଅନେକ ଅଭିଜ୍ଞତା ରହିଛି । ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି ଏବଂ ବର୍ତ୍ତମାନ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ ଲୋକସଭା ସାଂସଦ ମଧ୍ୟ ଅଛନ୍ତି । ସେ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ । ୨୭ ଅକ୍ଟୋବର ୨୦୨୩ ରେ ବିଜେପି ତାଙ୍କୁ ହରିୟାଣାର ରାଜ୍ୟ ସଭାପତି କରିଥିଲା । ନାୟାବ ହରିଆଣା ସରକାରରେ ମନ୍ତ୍ରୀ ରହିଛନ୍ତି । ନାୟାବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି ।
ସେହିପରି ଏହି ରେସ୍ରେ ତାଙ୍କ ପଛକୁ ଅଛନ୍ତି କରନାଲ ପାନିପତରୁ ସାଂସଦ ଥିବା ସଞ୍ଜୟ ଭାଟିଆ । ଏହା ବ୍ୟତୀତ ଅନିଲ ବିଜ ମଧ୍ୟ ଏହି ରେସ୍ରେ ସାମିଲଥିବା ଆଲୋଚନା ହେଉଛି । ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାୟାବ ସିଂଙ୍କ ନାମ ଆଗୁଆ ରହିଛି ।
Comments are closed.